ଅତିଥି ଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନ ନିମନ୍ତେ ଦାବୀପତ୍ର...

ଅତିଥି ଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନ ନିମନ୍ତେ ଦାବୀପତ୍ର... 


ପଦ୍ମପୁର,୧୪/୦୯ : ସ୍ଥାନୀୟ ଟାଉନ୍ ହାଇସ୍କୁଲ ପଦ୍ମପୁର ପରିସର ମଧ୍ୟରେ ବ୍ଲକ୍ ଓଷ୍ଟା ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ବରେ ବରଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ୪ଟି ବ୍ଲକ୍ ଯଥା ରାଜବୋଡ଼ା ସମ୍ବର, ଝାରବନ୍ଧ, ପାଇକମାଲ ଓ ଗାଇସିଲେଟ ର ଅତିଥି ଶିକ୍ଷକ ମାନଙ୍କର ମାର୍ଚ୍ଚ ୨୦୨୩ ଓ ଗତ ବର୍ଷର ୭ ମାସର ବକେୟା ଦରମା ସମ୍ୱନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 

             Ad..


ଏହି ସଭାରେ ବରଗଡ଼ ଜିଲ୍ଲାର ଓଷ୍ଟା ସଭାପତି ନନ୍ଦଲାଲ ନାୟକ, ଉପସଭାପତି ଚୂଳ ସୁନ୍ଦର ମେହେର ଓ ବ୍ଲକ୍ ଓଷ୍ଟା ସମ୍ପାଦକ ରବି ଶଙ୍କର ପଧାନ ପ୍ରମୁଖ ଉପସ୍ଥିତ ଥିଲେ। 

           Ad..


ଅତିଥି ଶିକ୍ଷକ ବୃନ୍ଦାବନ ଦାଶ, ଯଦୁମଣି ପ୍ରଧାନ, କମଳା କାନ୍ତ ପାଣିଗ୍ରାହୀ, ଚକ୍ରପାଣି ଚୌହାନ, ଦୀପକରଞ୍ଜନ ନାଗ, ହୃଦାନନ୍ଦ ସାହୁ, ସୁବାସ ପଟେଲ ଓ ମନ୍ମଥ ସାହୁ ପ୍ରମୁଖ ଯୋଗଦେଇ ଏହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ଜିଲ୍ଲାପାଳ ବରଗଡ଼ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟକୁ ଏକ ଦାବୀପତ୍ର ମାଧ୍ୟମରେ ଆଗମୀ ସେପ୍ଟେମ୍ବର ୩୦ ମଧ୍ୟରେ ବକେୟା ଦରମା ପ୍ରଦାନ ନିମନ୍ତେ ଜଣାଇଛନ୍ତି। 

ଅନ୍ୟଥା ଆଗାମୀ ଅକ୍ଟୋବର ୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ରେ ବସିବା ପାଇଁ ଚେତାବନୀ ଦେଇଛନ୍ତି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post