ଆସନ୍ତା ଅକ୍ଟୋବର ୩ ତାରିଖ ଅଗ୍ରସେନ ମହାରାଜ ଜୟନ୍ତୀ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ...

ଆସନ୍ତା ଅକ୍ଟୋବର ୩ ତାରିଖ ଅଗ୍ରସେନ ମହାରାଜ ଜୟନ୍ତୀ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ...


ବରଗଡ଼,୩୦/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଆସନ୍ତା ଅକ୍ଟୋବର ୩ ତାରିଖ ଗୁରୁବାର ଦିନ ମାରୱାଡ଼ି ସମାଜ ତରଫରୁ ଅଗ୍ରସେନ ମହାରାଜ ଜୟନ୍ତୀ ମହା ସମାହରେ ପାଳନ ପାଇଁ ପଦ୍ମପୁର ମାରୱାଡ଼ି ଧର୍ମଶାଳା ଠାରେ ମାରୱାଡ଼ି ସମାଜ, ଯୁବାମଞ୍ଚ, ମହିଳାଶାଖା ଙ୍କ ଯୋଗଦାନ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। 

              Ad..


ଗତ ଗଣେଶ ପୂଜାଠାରୁ ଆଜି ପର୍ଯ୍ୟନ୍ତ ୩୨ ଗୋଟି ପ୍ରତିଯୋଗିତା ଦୁଇଗୋଟି ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ଶିଶୁ ଙ୍କ ଠାରୁ ବୟସ୍କ ସମସ୍ତ ବର୍ଗଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 

ଗତ କାଲି ଜୟନ୍ତୀ ପାଳନ ର ଦ୍ବିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ରେ ଝଣ୍ଡା ଦୈଡ, ପିକ ଦି ବଲ, ଡଲ ରେଶ, ବେଲୁନ ଗ୍ଲାସ୍,ତକିଆଫେକୋ, ପିରାମିଡ୍ ରେଶ ରେମ୍ପ ଶୋ, କଲ ଆଜ କଲ ପ୍ରଭୃତି ପାରିବାରିକ ସାଂସ୍କୃତିକ ଖେଳ ଓ ନୃତ୍ୟ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 

ମାରୱାଡ଼ି ସମାଜ ର ସଭାପତି ଅମରଦୀପ ଅଗ୍ରୱାଲ ମୁଖ୍ଯ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ ବିଚାରକ ଭାବରେ ବରଗଡ଼ ରୁ ରିଙ୍କୁ ସାହୁ, ସୋହେଲା ରୁ ଦେବ ମିତ୍ତଲ,ଓ ପ୍ରମୋଦ ପ୍ରମୁଖ ଯୋଗଦାନ ଦେଇ ପ୍ରତିଯୋଗିତା ର ବିଚାର କରିଥିଲେ । 

ଆସନ୍ତା ୩ ତାରିଖ ଦିନ  ପ୍ରାତଃ ସମୟରୁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଅଗ୍ରସେନ ମହାରାଜ ଙ୍କ ନଗର ପରିକ୍ରମା, ଆରତୀ ସମେତ ସନ୍ଧ୍ୟା ରେ ସଭା କାର୍ଯ୍ୟ ଅନୁଷ୍ଠିତ ହେବାପାଇଁ ସମାଜ ତରଫରୁ ଘୋଷଣା କରାଯାଇଛି।





Report : Bijay ku sahu

Edited by k.s thakur...

Post a Comment

Previous Post Next Post