ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ସୁବର୍ଣ୍ଣ ପ୍ରାସନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ...
ପଦ୍ମପୁର,୧୪/୦୮ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଶିଶୁ ବାଟିକା ବିଭାଗର ସୁବର୍ଣ୍ଣ ପ୍ରାସନ୍ନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ତାଳପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ଡ଼ଃ ସମୀର ମେହେର ଯୋଗଦେଇ ସୁବର୍ଣ୍ଣ ପ୍ରାସନ୍ନ ସଂସ୍କାର ଦ୍ୱାରା ଶିଶୁ ମାନଙ୍କୁ କି ପ୍ରକାର ଲାଭ ମିଳିବ ସେ ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ।
Ad..
ଶିକ୍ଷା ବିକାଶ ସମିତି ଶୈକ୍ଷିକ ସଂଯୋଜକ ଶିଶୁ ବାଟିକା ବିଭାଗ ଲୋକନାଥ ମଶ୍ର ଯୋଗଦେଇ ସୁବର୍ଣ୍ଣ ପ୍ରାସନ୍ନ ର ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ଧାରଣା ଦେଇଥିଲେ ।ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଅନ୍ୟତମ ଅତିଥି ଭାବରେ ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ,ସଭାପତି ପୃଥିରାଜ ସାହୁ, ସମ୍ପାଦକ ଜନକଲାଲ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ ।ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ସଂକୁଳ ଅନ୍ତର୍ଗତ ୯ ଟି ଶିଶୁ ମନ୍ଦିର ରୁ ଶିଶୁ ବାଟିକା ପ୍ରମୁଖ, ଶିଶୁ ବାଟିକା ବିଭାଗର ୧୨୦ ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିଲେ ।ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟ କ୍ରମ ଟି ସଫଳ ହୋଇଥିଲା।
Report : Bijay ku sahu
Edited by k.s thakur...


