ସମାଜସେବୀ ଙ୍କ ବିବାହୋତ୍ସବ ର ୪୫ ବର୍ଷ ପୂର୍ତ୍ତି ଅବସର ରେ ଚାରା ରୋପଣ...

ସମାଜସେବୀ ଙ୍କ ବିବାହୋତ୍ସବ ର ୪୫ ବର୍ଷ ପୂର୍ତ୍ତି ଅବସର ରେ ଚାରା ରୋପଣ...


ବରଗଡ଼,୧୫/୦୮ : ପଦ୍ମପୁର ର ବରିଷ୍ଠ ସମାଜସେବୀ ତଥା ନାଗରିକ କମିଟି ର ସମ୍ପାଦକ ନିରୋଜ ଦୋରା ଙ୍କ ବିବାହୋତ୍ସବ ର ୪୫ ତମ ବର୍ଷ ପୂର୍ତ୍ତି ଅବସର ରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

           Ad..


ସମାଜସେବୀ ନିରୋଜ ଦୋରା ଓ ତାଙ୍କ ଧର୍ମପତ୍ନୀ ସୁଷମା ଦୋରା କଂ ତରଫ ରୁ କଂସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ମେଗା ଚାରା ବଣ୍ଟନ ଓ ବୃକ୍ଷ ରୋପଣ ସଂପର୍କୀତ ଏକ ସଚେତନତାର କାର୍ଯ୍ୟକ୍ରମ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଐତିହାସିକ  ଡ: ଭକ୍ତପୂରନ ସାହୁ  , ଶିକ୍ଷାବିତ ଶେଷ ଦେବ ମେହେର, ପଦ୍ମପୁର ର ବରିଷ୍ଠ ନାଗରିକ  ପୂର୍ଣଚନ୍ଦ୍ର ପାଣିଗ୍ରାହୀ ,  ବାସୁଦେବ ଦୋରା ପ୍ରମୁଖ ଉପସ୍ଥିତ ହୋଇ ବୃକ୍ଷ ରୋପଣ ର ଆବଶ୍ୟକତା, ଉପକାରିତା ଏବଂ ସାଂପ୍ରତିକ ସିତି ରେ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ପାଇଁ ସମସ୍ତ କୁଂ ଅନୁରୋଧ କରିଥିଲେ। 

ଏହି କାର୍ଯ୍ୟକ୍ରମ ରେ କଂସର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଂସର, ବାନ୍ଦୁପାଲି, ଗଡଭାଟି, ବନୁପାଲି, କୁଡାସିଅଂହା, ଗ୍ରାମ ର ସଂୟସହାୟିକା ଗୋଷ୍ଠୀର ସଦସ୍ଯା ,ତଥା କଂସର ଗ୍ରାମ ର ଜନସାଧାରଣଙ୍କ ସହିତ ଶତାଧିକ ଲୋକ ଯୋଗ ଦେଇ ଥିଲେ। ସଭା ଶେଷ ରେ ସମସ୍ତ ସଦସ୍ଯା ମାନଙ୍କୁ ବିଭିନ୍ନ କିସମର ଚାରା ବଂଟନ କରାଯାଇ ତାର ଉପଯୁକ୍ତ ଯତ୍ନ ନେବା ପାଇଁ ଅନୁରୋଧ କରାଯାଇ ଥିଲା। 

ଏହି କାର୍ଯ୍ୟକ୍ରମ ରେ କଂସର ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଯମୁନା ଝାକଂର, ପୁଷ୍ପା ବୁଡେକ ଏବଂ କୌଶଲ୍ୟା ମେହେର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ  କରିଥିଲେ  ।ସଭା ଶେଷ ରେ କଂସର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆନନ୍ଦ ଚନ୍ଦ୍ର ବେହେରା ଉକ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ସମସ୍ତ କୁଂ ଧନ୍ୟବାଦ ଅର୍ପଣ କରିଥିଲେ ।




Report : Bijay ku sahu

Edited by k.s thakur...




Post a Comment

Previous Post Next Post