ମୁରିବାହାଲ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ସ୍ୱତନ୍ତ୍ର ଜାତୀୟ ସେବା ଶିବିର : ମା ନାମରେ ଗଛ ଟିଏ , ବ୍ରୁକ୍ଷ ରୋପଣ କାର୍ଯ୍ୟକ୍ରମ...
ମୁରିବାହାଲ,୨୭/୦୮ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସଦର ମହକୁମା ସ୍ଥିତ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଓ ପୋଷ୍ୟ ଗ୍ରାମ ଘୁଷୁରାମୁଣ୍ଡା ଠାରେ ମଙ୍ଗଳବାର ଦିନ ସ୍ୱତନ୍ତ୍ର ଜାତୀୟ ଶିବିର ରେ ମାଁ ନାମରେ ଗଛଟିଏ ବ୍ରୁକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭୋଜରାମ ସାହୁ, ରାଜୀବ କୁମାର ମହାନ୍ତି, ମୁରିବାହାଲ ବ୍ଲକ ଯାଦବ ସମାଜ ସଭାପତି ଗଙ୍ଗାଧର ହେର୍ଣ୍ଣା, ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରସାୟତ, ଏନଏସ ପ୍ରୋଗ୍ରାମ ଅଫିସର ଛନ୍ଦାଚରଣ ଖୁଣ୍ଟିଆ, ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।
Ad..
କଲେଜ ପରିସରରେ ବିଭିନ୍ନ ପ୍ରକାର ଫଳ ବୃକ୍ଷ ଚାରା ରୋପଣ କରିଥିବା ସହ ମା ନାମରେ ଗଛ ଟିଏ ପାଇଁ ଅତିଥି ବୃନ୍ଦ ନିଜ ନିଜର ମତାମତ ରଖିଥିଲେ। ଏହା ସହିତ କଲେଜ ତରଫ ରୁ ପୋଡାସି ଗ୍ରାମ ଘୁଷୁରାମୁଣ୍ଡା କୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିବା ନେଇ ଅଧକ୍ଷ ସୂଚନା ଦେଇଥିବା ସହ ଆସନ୍ତା ବୁଧବାର ଦିନ ପୋଷ୍ୟ ଗ୍ରାମ ଘୁଷୁରାମୁଣ୍ଡା ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ନେଇ ପ୍ରକାଶ କରନ୍ତି।
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟଳୟ ର ସମସ୍ତ କର୍ମଚାରି ଓ ଛାତ୍ର ଛାତ୍ରୀ ବୃନ୍ଦ ସାମିଲ ଥିଲେ । ଶେଷରେ ଜନମୁକ୍ତି ଅନୁଷ୍ଠାନ ର କର୍ମକର୍ତା ଲଳିତ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : sudam baghar
Edited by k.s thakur...




ଗଛ ଲଗାଇ ଥିବାରୁ ଧନ୍ୟବାଦ୍,,,,,, କିନ୍ତୁ ପାଣି ଦେବା ଟା ଭୁଲିବେ ନାହିଁ
ReplyDelete