ବରଗଡ଼ ସହରରେ ରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ...
ବରଗଡ଼,୨୭/୦୮ : ବରଗଡ଼ ସହରର ମାଁ ଶ୍ୟାମାକାଳୀ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ମନ୍ଦିରରେ ଶ୍ରଦ୍ଧାଲୁମାନଙ୍କ ପ୍ରବଳ ଭିଡ ପରିଳକ୍ଷିତ ହୋଇଥିଲା । ମାଁ ଶ୍ୟାମାକାଳୀଙ୍କ ସଂଧ୍ୟା ଆରତ୍ରି ନୀତି ଶେଷ ହେବାପରେ ମନ୍ଦିର ପରିଷରରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ପୂଜା ଆରମ୍ଭ ହୋଇଥିଲା।
Ad..
ଶ୍ରୀକୃଷ୍ଣ ମହାପ୍ରଭୁଙ୍କୁ ଝୁଲଣ ଦୋଲିରେ ଝୁଲାଇବା ସହ ଦୋଲି ଗୀତ ଗାନ ଓ ସଂକୀର୍ତ୍ତନ ପରିବେଷଣ ହୋଇଥିଲା । ନାଗେନପାଲି ବଜରଙ୍ଗ ବଳୀ କିର୍ତ୍ତନ୍ୟ ମଣ୍ତଳୀ ଆସି ମନ୍ଦିର ପ୍ରାଙ୍ଗଣରେ ଭଜନ କିର୍ତ୍ତନ ପରିବେଷଣ କରିଥିଲେ । ପୂଜାରେ ଉପବାସ କରିଥିବା ବହୁ ସଂଖ୍ୟାରେ ବ୍ରତୀ ସାମିଲ ହୋଇଥିଲେ।
Ad..
ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ଗୋପପୁର ଜିବାର ଅଭିନୟ ଭକ୍ତଙ୍କ ମଧ୍ୟରେ ଆବେଗ ପୂର୍ଣ୍ନ ବାତାବରଣ ସୃଷ୍ଟି କରିଥିଲା । ଉଗ୍ରସେନ ଭୁମିକାରେ କାନ୍ତା ପ୍ରସାଦ ସାହୁ ବହୁ ଉଚ୍ଚକୋଟିର ଅଭିନୟ କରି ଶ୍ରଦ୍ଧାଳୁଙ୍କ ମନ ଆକୃଷ୍ଟ କରିଥିଲେ ।
ପରେ ଶ୍ରକୃଷ୍ଣଙ୍କୁ ପଞ୍ଚାମୃତରେ ସ୍ନାନ, ଷୋଡଷ ଉପଚାର ପୂଜା, ଜନ୍ମାଷ୍ଟମୀ ବ୍ରତ କଥା ଶ୍ରବଣ, ହବନ, ପୂର୍ଣ୍ଣାହୁତି , ହୋଇ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଆଶିର୍ବଦ ପ୍ରଦାନ ପରେ ପ୍ରସାଦ ବଣ୍ଟନ କରାଯାଇ ଥିଲା । ପଣ୍ତିତ ନରସିଂହ ଶତପଥୀ , ପଣ୍ତିତ ନରେଶ ମିଶ୍ର, ପଣ୍ତିତ ସଞ୍ଜୟ ଦାଶ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ କର୍ତ୍ତା ଦାୟିତ୍ବ ଅରକ୍ଷିତ ସେଠ୍ ଓ ସଂଯୁକ୍ତା ସେଠ୍ ସମ୍ପନ୍ନ କରିଥିଲେ । ମାଁ ଶ୍ୟାମା କାଳୀମନ୍ଦିର ପୂଜା ସମିତିର ସମସ୍ତ ସଭ୍ୟ ଜନ୍ମାଷ୍ଟମୀ ମହୋତ୍ସବ ରେ ସହୟୋଗ କରିଥିଲେ ।
Report : Bijay ku sahu
Edited by k.s thakur...



