ମହୁଲପାଲି ଅଙ୍ଗ ନଦୀ ସ୍ରୋତରେ ଭାସିଯାଇଥିବା ଛାତ୍ର ଙ୍କୁ ଉଦ୍ଧାର କରି ସମ୍ବର୍ଦ୍ଧିତ ହେଲେ ତିନି ଛାତ୍ର...
ପଦ୍ମପୁର,୦୭/୦୮ : ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ମହୁଳପାଲି ଅଙ୍ଗ ନଦୀରେ ଗତ ରବିବାର ଦିନ ସକାଳେ ଗାଧୋଇବା ସମୟରେ ମଝି ପାଣି ସ୍ରୋତ ରେ ଭାସି ଯାଉଥିବା ଛାତ୍ର ଙ୍କୁ ତିନି ଜଣଛାତ୍ର ଉଦ୍ଧାର କରି ଯିବନ ବଞ୍ଚାଇଥିବାରୁ ଟାଉନ୍ କ୍ଲବ ତରଫରୁ ଉକ୍ତ ତିନିଜଣ ଛାତ୍ର ଙ୍କୁ ଘଟଣା ର ସ୍ମୃତି ଉଦ୍ଧେଶ୍ୟରେ ଗୋଟିଏ ଲେଖାଏଁ ବୃକ୍ଷ ଓ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି।
Ad..
ଘଟଣା ରୁ ପ୍ରକାଶ ଯେ ରବିବାର ଦିନ ସ୍କୁଲ ଛୁଟି ଥିବାରୁ ମହୁଳପାଲି ଗ୍ରାମ ର ଚାରିଜଣ ସାଙ୍ଗ ସୁରଜ ବାଗ(14) ଓ ସୁଶାନ୍ତ ଭଏଁସାଲ ଆକାଶ (15) ଦୁଇଜଣ ସାଙ୍ଗ ଗାଁ ଅଙ୍ଗନଦୀ କୁ ଗାଧୋଇବାକୁ ଯାଇଥିଲେ ଗାଧୋଇବା ସମୟରେ ସୁରଜ ବାଗ ମଝି ନଈ ରେ ଭାସି ଯାଉଥିବା ଦେଖି ସୁଶାନ୍ତ ବଞ୍ଚାଇବାକୁ ଉଦ୍ୟମ କରି ନିଜେ ମଧ୍ୟ ଭାସି ଯାଉଥିଲେ।
ଏହି ସମୟରେ ଦୁଇ ଜଣଜଣ ସାଙ୍ଗ ସୋମ ସ୍ୱସ୍ତିକ ବରିହା (ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀ ର ଛାତ୍ର) ଓ ଯୋଗେଶ କୁମାର ସାହୁ(ଜିଷ୍ଟ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର) ଗାଧୋଇବାକୁ ଯାଇଥିବା ବେଳେ ଉକ୍ତ ଘଟଣା କୁ ଠଉରେଇ ନେଇ ଦେଖିଲେ ଏବଂ ତୁରନ୍ତ ଦୁଇ ଜଣ ପାଣି କୁ ଡିଆଁମାରି ନିଜ ଜୀବନକୁ ବାଜି ଲଗାଇ ମଝି ନଈ ରୁ ବାଳକ କୁ ଉଦ୍ଧାର କରିଛନ୍ତି।
ଏହି ଖବର ପ୍ରଚାର ହେବା ପରେ ଉଦ୍ଧାର କାରୀ ତିନି ଜଣଙ୍କୁ ପଦ୍ମପୁର ଟାଉନ୍ କ୍ଲବ ସଭାପତି ତଥା ଯୁବନେତା ପ୍ରିତେଶ ବହିଦାର ଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉଦ୍ଧାର କରିଥିବା ତିନିଜଣ ଛାତ୍ର ଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଦିଆଯାଇ ତାଙ୍କ ମନୋବଳ ବାଢାଯାଇଛି ।
ଟାଉନ୍ କ୍ଲବ ର ଏହି କାର୍ଯ୍ୟକ୍ରମରେ ଅଶୋକ କୁମାର ମିଶ୍ର,କୁନାଲ ପାଣିଗ୍ରାହୀ,ସରପଞ୍ଚ ପ୍ରତିନିଧି ସୁନୀଲ ବେହେରା,ସମିତି ସଭ୍ୟ ମୁରଲୀ ସାହୁ,ଆଇନଜୀବୀ ହରି ସିଂ,ବରିଷ୍ଠ ସାମ୍ବାଦିକ ବିଜୟ ସାହୁ,ନରେଶ ସୁନ୍ଦର ସାହୁ,ଅମିତ ଗର୍ଗ, ଦୀନେଶ ବାରିକ,ଅଖିଳ ପଟନାୟକ,ସୋମେଶ ମହାନ୍ତି, ସୁରେଶ ସାହୁ,ସୁରଜ ସୁନା କ୍ଲବ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
Report : Bijay ku sahu
Edited by k.s thakur...


