ବାଙ୍ଗଲାଦେଶୀ ରୋହିଙ୍ଗିଆ ଅନୁପ୍ରବେଶ କାରୀ ମାନଙ୍କୁ ଚିହ୍ନଟ କରି ଭେଡେନ ଅଞ୍ଚଳରୁ ବିଦାୟ କରିବା ପାଇଁ ଥାନା ଅଧିକାରୀ ଙ୍କୁ ଦାବୀପତ୍ର...
ବରଗଡ଼,୧୪/୦୮ : ବରଗଡ ଜିଲ୍ଲା ଭେଡେନ ବ୍ଲକ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଆଜି ବୁଧବାର ମଧ୍ୟାହ୍ନ ଗୋଟିଏ ସମୟରେ ବରଗଡ ଜିଲ୍ଲା ଭେଡନ ଥାନା ଅଂଚଳରେ ଫେରିବାଲା,ରାଜ ମସ୍ତୀ,କବାଡ଼ି,ରଙ୍ଗଲା ମୀସ୍ତୀ ଇତ୍ୟାଦି ଇତ୍ୟାଦି କାମ କରୁଥିବା ବାଙ୍ଗଲାଦେଶୀ ରୋହିଙ୍ଗିଆ ମୁସଲମାନ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ପ୍ରତି ଗାଁରୁ ବିଦାୟ କରିବା ପାଇଁ ଭେଡେନ ହିନ୍ଦୁ ଜାଗରଣ ମଂଚ ତରଫରୁ ଭେଡେନ ଏଏସ୍ ଆଇ ଧନେଶ୍ବର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
Ad..
ଗତ କିଛିଦିନ ହେଲା ବାଙ୍ଗଲାଦେଶ ର ମୁସଲମାନ ସଂପ୍ରଦାୟର ବ୍ୟକ୍ତି ମାନଙ୍କ ଦ୍ଵାରା ହିନ୍ଦୁମାନଙ୍କ ଉପରେ ବର୍ବରତା ଅତ୍ୟାଚାର, ବଲତ୍କାର, ହତ୍ୟା ତଥା ମଠ ମନ୍ଦୀର ଭଙ୍ଗାରୁଚା ସହିତ ଲୁଟପାଟ କରୁଛନ୍ତି। ତେଣୁ ବାଙ୍ଗଲାଦେଶ, ରୋହିଙ୍ଗିଆ ମୁସଲମାନ୍ ଅନୁପ୍ରବେଶ କାରୀ ମାନଙ୍କୁ ଚିହ୍ନଟ କରି ଅଞ୍ଚଳରୁ ବିଦାୟ କରି ଆମ ଅଞ୍ଚଳରୁ ବିତାଡିତ କରାଯାଉ ଦାବି ହୋଇଛି।
ଯଦି ତତ୍କ୍ଷଣାତ ଏହାର ପଦକ୍ଷେପ ନନେଲେ ଆଗାମି ଦିନରେ ଏମାନଙ୍କ ଦ୍ବାରା ବାଙ୍ଗଲାଦେଶ ପରି ଏକ ଭୟଙ୍କର ବିପଦ ମାଡିବାର ସମ୍ଭାବନା ରହିଛି ଏଣୁକରି ଏହାର ତୁରନ୍ତ ବିହିତ ପଦକ୍ଷେପ ନିଆଯାଉ ବୋଲି ଦାବିପତ୍ର ରେ ଉଲ୍ଲେଖ ରହଛି।ପ୍ରଥମେ ଭେଡେନ ବ୍ଲକ ହିନ୍ଦୁ ଜାଗରଣ ମଂଚର ସଦସ୍ୟମାନେ ଏକ ରାଲିରେ ବାଙ୍ଗଲାଦେଶୀ ମୁସଲମାନ୍ ମୁର୍ଦାବା,ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସବୁ ଗାଁରୁ ତଡାଯାଉ,ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ସହିବୁ ନାହିଁ ନାରା ଦେଇ ଭେଡେନ ଚାରି ଛକରୁ ବାହାରି ଭେଡେନ ଥାନା ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ।
ଦାବିପତ୍ର ଦେବା ସମୟରେ ଭେଡେନ ବ୍ଲକ ହିନ୍ଦୁ ଜାଗରଣ ମଂଚର ମୁଖ୍ଯ ପ୍ରଭାକର ଦାଶ ଙ୍କ ଆବାହକତ୍ବରେ ସୋମନାଥ ଭୋଇ,ଅଧିବକ୍ତା ଅଶ୍ବିନୀ ଦାଶ,ଅଧିବକ୍ତା ନରେନ୍ଦ୍ର ଭୋଇ,ଅଧିବକ୍ତା ରକ୍ଷାକାରୀ ଠେଲା,ପ୍ରଫୁଲ ପଣ୍ଡା,ନରୋତ୍ତମ ମେହେର,ଛୋଟୁ ମେହେର,ଦେବୀପ୍ରସାଦ ମିଶ୍ର,ଖିରେଶ ମହାକୁର,ପର୍ଶୁରାମ ମହାକୁର,ସୁଦାମ ପ୍ରଧାନ,କୁନା ଦାଶ,ଅଶୋକ ଅଗ୍ରଓ୍ବାଲ ଙ୍କ ସମେତ ବହୁ ହିନ୍ଦୁ ସଂଗ୍ରାମୀ ସାମିଲ ଥିଲେ।
Report : Bijay ku sahu
Edited by k.s thakur...


