ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ତରଫରୁ ଧାନ ପଞ୍ଜିକରଣ ତାରିଖ ବୃଦ୍ଧି ପାଇଁ ଦାବିପତ୍ର ପ୍ରଦାନ...
ବରଗଡ଼,୧୪/୦୮ : ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ତରଫରୁ ଯୋଗାଣ ସଚିବ ବିରବିକ୍ରମ ଯାଦବ କୁ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ସି ଏସ ଓ ରାଜକିଶୋର ପାଣିଗ୍ରାହୀ ଏବଂ ଡି ଆର ସି ଏସ କଲ୍ୟାଣ ସେଠି ଙ୍କ ଜରିଆରେ ଧାନ ପଞ୍ଜିକରଣ ତାରିଖ ବୃଦ୍ଧି ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।
Ad..
ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଅନୁସାରେ ପ୍ରତେକ ଋତୁ ରେ ଚାଷୀ ମାନଙ୍କୁ ଧାନ ବିକ୍ରି କରିବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଞ୍ଜିକରଣ କରିବାକୁ ପଡିଥାଏ। ଚାଷୀ ପଞ୍ଜିକୃତ ନ ହେଲେ ତାର କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ପାରିବ ନାହିଁ।
କେନ୍ଦିକାରଣ ବ୍ୟବସ୍ଥା ଫଳରେ ଚାଷୀ ମାନଙ୍କ ଅନେକ ଗୁଡିଏ ସମସ୍ୟା ପରିଲକ୍ଷିତ ହେଉଅଛି ଯଥା ଋଣ ଲେଣ ଦେଣ, ଫସଲ ବୀମା, ଚାଷ କାର୍ଯ୍ୟ ସରି ନ ଥାଏ।ଚଳିତ ବର୍ଷ ରାଜ୍ୟ ସରକାର ଧାନ କ୍ୟୁଣ୍ଟାଲ 31 ଶହ ଦେବେ ଏବଂ କୌଣସି ଧାନ କଟନୀ ଛଟନୀ ହେବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି।
ଯଦି ଚାଷୀ ପଞ୍ଜିକୃତ ନ ହେବ ତାହାହେଲେ କେଉଁଠାରେ ଓ କିପରି ଭାବେ ଚାଷୀ ଧାନ ବିକ୍ରି କରିବ ଏବଂ ଉଚିତ ପ୍ରାପ୍ୟ ପାଇବ ? ରାଜ୍ୟ ସରକାର ପ୍ରତେକ ବର୍ଷ ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ଧାନ ପଞ୍ଜିକରଣ ସମୟ ଧାର୍ଯ୍ୟ କରିଥାନ୍ତି।
କିନ୍ତୁ ଏହି ଅଗଷ୍ଟ ମାସ ରେ ଚାଷୀ ଙ୍କ ବହୁତ ଭିଡ ଲାଗିରହିଥାଏ ଏବଂ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ ଯଦି ବର୍ଷା ଡେରିରେ ହୁଏ ତାହାହେଲେ ଆହୁରୀ ସମସ୍ୟା ଜଟିଳ ହୋଇଥାଏ।ସେଥିପାଇଁ ଚାଷୀସଂଗଠନ ମାନଙ୍କ ଅନୁରୋଧ ଆସନ୍ତା ବର୍ଷମାନଙ୍କରେ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରି ପଞ୍ଜିକରଣ ସମୟ ସୀମା ଧାର୍ଯ୍ୟ କରାଯାଉ।
ଏବଂ ଚଳିତ ବର୍ଷ ରାଜ୍ୟରେ 17 ଲକ୍ଷ ଚାଷୀ ପଞ୍ଜିକରଣ ସ୍ଥଳେ ମାତ୍ର 12 ଲକ୍ଷ ପଞ୍ଜିକରଣ ହୋଇଛନ୍ତି।ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ ବରଗଡ଼ ରେ ମଧ୍ୟ ଅନ୍ୟ ବର୍ଷ ଠାରୁ 60 ହଜାର ଚାଷୀ ପଞ୍ଜିକରଣ ହୋଇ ପାରି ନାହାଁନ୍ତି। ଗତ ବର୍ଷ ମାନଙ୍କରେ ମଧ୍ୟ ଧାର୍ଯ୍ୟ ତାରିଖ ବୃଦ୍ଧି ହୋଇଅଛି ଏବଂ ବିକେନ୍ଦ୍ରିତ ବ୍ୟବସ୍ଥା ହେଲେ ସ୍ଥାନୀୟ ସମସ୍ୟା ଜିଲ୍ଲା ସ୍ତରରେ ସମାଧାନ ହୋଇ ପାରିବ।
ଏଣୁ ସବିନୟ ଅନୁରୋଧ ଧାନ ବିକ୍ରି ପଞ୍ଜିକରଣ ସମୟ ସୀମା ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ଏବଂ ନିକେନ୍ଦ୍ରିତ ବ୍ୟବସ୍ଥା କାର୍ଯ୍ୟକାରୀ କରି ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ପାଇଁ ସହଜ ସରଳ ଓ ନିଶ୍ଚିତ ବ୍ୟବସ୍ଥା କରାଯାଉ। ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର, ନିରଞ୍ଜନ ପଧାନ, ସଞ୍ଜୟ ଭୋଇ ଦାବିପତ୍ର ରେ ଉଲେଖ କରିଛନ୍ତି।
Report : Bijay ku sahu
Edited by k.s thakur...


