୪୮ ତମ ଗୋଇମୁଣ୍ଡ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ...

୪୮ ତମ ଗୋଇମୁଣ୍ଡ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ...


ବଙ୍ଗୋମୁଣ୍ଡା,୩୧/୮ : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୂର୍ଗାମଣ୍ଡପ ପ୍ରାଙ୍ଗଣରେ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ୪୮ ତମ ସାର୍ବଜନୀନ ଦୂର୍ଗାପୂଜା ପାଳନ ପାଇଁ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ।

             Ad..


କମିଟିର କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଶରତ କୁମାର ସାହୁ ଏବଂ ସଦସ୍ୟ ଧରମ ସିଂ ଭୋଇ ଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ସଭାପତି ଅକ୍ଷୟ ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ ।ସମ୍ପାଦକ ଚିତ୍ତରଞ୍ଜନ ସାହୁ ଗତ ବର୍ଷର ଆୟ ବ୍ୟୟ ବିବରଣୀ ପଠନ କରିଥିଲେ।

           Ad..


ଚଳିତ ବର୍ଷ ଦୁର୍ଗାପୂଜା ମହା ଆଡମ୍ବରରେ ପାଳନ କରିବା  ସହ ସୁସଜ୍ଜିତ  ଆଲୋକମାଳା,ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା। ଭକ୍ତବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସର୍ବସମ୍ମତି କ୍ରମେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା ।କମିଟିର ସଭାପତି ଭାବେ  ଅକ୍ଷୟ କୁମାର ସାହୁ,ସମ୍ପାଦକ ଚିତ୍ତରଞ୍ଜନ ସାହୁ,କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ,ଉପସଭାପତି ଧନସିଂ ବାଗ,ସହ ସମ୍ପାଦକ ଭୁପେନ କୁମାର ଭୋଇ(ଅପିନ),କୋଷାଧ୍ୟକ୍ଷ ଗୋରେଖ ଭୋଇ ଏବଂ,ରୋହିତ ଭୋଇ,ସନ୍ତୋଷ କୁମାର ସାହୁ,ଛିନୁ ଭୋଇ,ସୋମନାଥ ସାହୁ,ଅମିତ ରଣା,କମ୍ବୁ ସାହୁ,ଇନ୍ଦ୍ରମଣି ମାଝୀ  ପ୍ରମୁଖଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଥିଲା।

ବୈଠକରେ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ବର୍ଷ ହେବ ପୂଜା ପାଳିତ ହୋଇଆସୁଅଛି।





Edited by k.s thakur...

Post a Comment

Previous Post Next Post