ପରଲୋକରେ ସୂର୍ଯ୍ୟ କୁମାର ନନ୍ଦ...

ପରଲୋକରେ ସୂର୍ଯ୍ୟ କୁମାର ନନ୍ଦ...


ବରଗଡ଼,୨୧/୦୮ : ବରଗଡ଼ ଜିଲ୍ଲା  ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମର ସୂର୍ଯ୍ୟ ନନ୍ଦ  (୬୦)  ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ସୂର୍ଯ୍ୟ ମଙ୍ଗଳବାର ରାତି  ୧ ଟା ସମୟ ରେ ବରଗଡ଼ ବିକାଶ ହସ୍ପିଟାଲ ରେ ପ୍ରାଣତ୍ୟାଗ କରିଥିଲେ।

                 Ad..


ଦୀର୍ଘଦିନ ରୁ ସେ କିଡନୀ ରୋଗରେ ପୀଡ଼ିତ ଥିଲେ । ସେ ଜଣେ ପରୋପକାରୀ , ଧର୍ମପରାୟଣ ଓ ଅମାୟିକ ବ୍ୟକ୍ତିତ୍ୱ ଭାବରେ ଅଞ୍ଚଳ ବାସୀଙ୍କ ପ୍ରିୟପାତ୍ର ଥିଲେ। ସୂର୍ଯ୍ୟ ଦୀର୍ଘ ୧୦ ବର୍ଷ ହେବ ପଦମପୁର ରାଧାକୃଷ୍ଣ ମନ୍ଦିର ଓ ଲକ୍ଷ୍ମୀନାରାୟଣ ମନ୍ଦିରର ପୂଜକ ଭାବରେ କାର୍ଯ୍ୟ କରୁଥିବାରୁ ତାଙ୍କ ମୃତ୍ୟୁ ଖବର ପାଇ ପଦ୍ମପୁର ସ୍ଥିତ ବାସଭବନ ରେ... 

           Ad..


ପଦ୍ମପୁର ବ୍ରାହ୍ମଣ ସମାଜ ସଭାପତି ଜୟନାରାୟଣ ତ୍ରିପାଠୀ ଏବଂ ଶାନ୍ତନୁ ପାଣିଗ୍ରାହୀ ଓ ଶାନ୍ତିନଗର ପଡା ବାସୀ,ରାଧାମାଧବ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। 

ପରେ ତାଙ୍କ ମର ଶରୀରକୁ ନିଜ ଜନ୍ମ ମାଟି କୁଲିଆରୀ ଗ୍ରାମକୁ ଅଣାଯାଇଥିଲା  ସେଠାରେ ତାଙ୍କର ବନ୍ଧୁ ବର୍ଗ ଏବଂ ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରିସାରିବା ପରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିବା ବେଳେ ଜୈଷ୍ଠ ପୁତ୍ର ଉଦିତ ନାରାୟଣ ନନ୍ଦ ମୁଖାଗ୍ନି ଦେଇଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post