ନୂଆପଡା-ବରଗଡ଼ ରେଳ ଲାଇନର ପ୍ରକଳ୍ପ ତ୍ୱରିତ ପାଇଁ ବରଗଡ଼ ସାଂସଦ ଙ୍କ ଉଦ୍ଯମ କୁ ପୁଣି ଥରେ ସମାଲୋଚନା...

ନୂଆପଡା-ବରଗଡ଼ ରେଳ ଲାଇନର ପ୍ରକଳ୍ପ ତ୍ୱରିତ ପାଇଁ ବରଗଡ଼ ସାଂସଦ ଙ୍କ ଉଦ୍ଯମ କୁ ପୁଣି ଥରେ ସମାଲୋଚନା...


ବରଗଡ଼,୨୧/୦୮ : ଲୋକସଭା ମୌସୁମୀ ଅଧିବେଶନର ଏକ ସାଧାରଣ ପ୍ରଶ୍ନକାଳରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପ୍ରସ୍ତାବିତ ବରଗଡ଼ ନୂଆପଡ଼ା  ରେଳ ଲାଇନକୁ ନେଇ ସରକାରଙ୍କ ଦ୍ୱାରା ଗୃହୀତ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଥିବା ଓ ଦୁଇ ଦୁଇଥର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଭେଟି ଦାବି ଉପସ୍ଥାପନ କରିବାର ସତ୍ବେ ଓଡ଼ିଶା ପାଇଁ କେନ୍ଦ୍ରର ରେଲବଜେଟରେ ପ୍ରସ୍ତାବିତ... 

              Ad..


ବରଗଡ଼ ନୂଆପଡ଼ା ରେଲଲାଇନ କୁ କେନ୍ଦ୍ର ଗ୍ରହଣ କରିନଥିବା କ୍ୟାବିନେଟ ରେ ପାରିତ ହୋଇପାରିନଥିବାରୁ ପଦ୍ମପୁର ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ୱାଦିକ ସମ୍ମୀଳନୀ ମାଧ୍ୟମରେ ବିଜେଡ଼ି ନେତା ରାଜୁ ଘିବେଲା, ଆଇନଜୀବୀ ଉମେଶ ଚନ୍ଦ୍ର ସାହୁ, ବିଜେଡି ନଗର ସଭାପତି ନବକିଶୋର ସାହୁ ଓ ପ୍ରଶାନ୍ତ ମହାନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ତାଙ୍କ ଡବଲ ଇଞ୍ଜିନ ସରକାର ଙ୍କୁ ସମାଲୋଚନା କରି ସାଂସଦ ପ୍ରଦୀପ ଙ୍କ  ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। 

Ad..


ଏହି ପ୍ରସ୍ତାବିତ ବରଗଡ଼ ନୂଆପଡ଼ା ରେଲଲାଇନ କୁ ନେଇ ଏଥର କେନ୍ଦ୍ର ରେଳମନ୍ତ୍ରୀ କୈାଣସି ବଜେଟ୍ ପାରିତ କରିନଥିବା ରୁ ପଦ୍ମପୁର କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଆଜି ବୁଧବାର ୨୧ ତାରିଖ ଅପରାହ୍ନ ୫ ଘଣ୍ଟା ସମୟରେ ଏକ ବୈଠକ ଡାକିଥିଲା ଯେଉଁଥିରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଉଥିବାର  ଆବାହକ ଅଜିତ ଶତପଥୀ ସାମାଜିକ ଗଣମାଧ୍ୟମ ରେ ସୂଚନା ଦେଇଥିଲେ। 

ହେଲେ ବନ୍ଦ୍ ପାଳନ ଯୋଗୁଁ ଆଜି ର ବୈଠକ ବାତିଲ ହେବାପରେ ପୁଣିଥରେ ପଦ୍ମପୁର ନୂଆପଡ଼ା ରେଲଲାଇନ କୁ ନେଇ ସନ୍ଦେହ ପ୍ରକାଶ ପାଉଛି ବୋଲି ବିଜେଡି ନେତାମାନେ ସମାଲୋଚନା କରିବା ଆରମ୍ଭ କଲେଣି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୫ ତାରିଖ ଦିନ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ବିଧାନସଭା ରେ ପ୍ରସ୍ତାବିତ ବରଗଡ଼ ନୂଆପଡ଼ା ରେଲଲାଇନ ବିଷୟରେ ସରକାର ଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇ ଜମି ଅଧିଗ୍ରହଣ ର ପ୍ରକ୍ରିୟା ଉପରେ ଅଣ ତାରକା ପ୍ରଶ୍ନ ବିଧାନସଭା ରେ ଉଠାଇଥିଲେ ।

ବରଗଡ଼ — ପ୍ରସ୍ତାବିତ ବରଗଡ଼ ନୂଆପଡ଼ା ଭାୟା ପଦ୍ମପୁର ରେଳ ଲାଇନ କୁ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସାମାଜିକ ଗଣମାଧ୍ୟମରେ ରେଲ ମନ୍ତ୍ରୀ ଙ୍କ ସହ ଫଟୋଉଠାଇ ଲୋକ ଙ୍କୁ ଭୁଆଁ ବୁଲାଉଛନ୍ତି ଯାହା ବାସ୍ତବରେ କେନ୍ଦ୍ର କ୍ୟାବିନେଟ୍ ରେ ପାରିତ ହୋଇପାରିନାହିଁ  ଉକ୍ତ ଦାବି କୁ ବିଜେପି ପଦ୍ମପୁର ସମେତ ସମଗ୍ର ବରଗଡ଼ ବାସୀଙ୍କୁ ଦୁଃଖ ଦେଇଛି ବୋଲି ପଦ୍ମପୁର ଠାରେ ବିଜେଡ଼ି ପୂର୍ବତନ ରାଜ୍ୟ ସମ୍ପାଦକ ରାଜୁ ଘିବେଲା, ବିଜେଡି ନେତା ପ୍ରଶାନ୍ତ ମହାନ୍ତି, ପଦ୍ମପୁର ନଗର ସଭାପତି ନବକିଶୋର ସାହୁ, ବରିଷ୍ଠ ବିଜେଡି ନେତା ଆଇନଜୀବୀ ଉମେଶ ସାହୁଙ୍କ ଉପସ୍ଥିତିରେ ଏକ ପ୍ରେସମିଟ କରି ପଦ୍ମପୁର ବିଜେଡି ତରଫରୁ ଦୃଢ ନିନ୍ଦା କରାଯାଇଛି। 

ପଦ୍ମପୁର ବିଜେଡି ନଗର ସଭାପତି ନବକିଶୋର ସାହୁଙ୍କ ଉପସ୍ଥିତିରେ ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତାବିତ ବରଗଡ଼ ନୂଆପଡ଼ା ରେଲଲାଇନ କୁ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ରାଜନିତି କରୁଛନ୍ତି ବୋଲି ଆଲୋଚନା କରାଯାଇଛି। 

ରାଜୁ ଘିବେଲା ଙ୍କ କହିବା ଅନୁସାରେ ଆଶା ଓ ଆଶଙ୍କା ର ଡବଲ ଇଞ୍ଜିନ ବିଜେପି ସରକାର ଉଭୟ ରାଜ୍ୟ ଓ କେନ୍ଦ୍ର ରେ ରହିଛି। ରାଜ୍ୟ ସରକାର ଚାହିଁଲେ ଜମି ହସ୍ତାନ୍ତର କରି ପାରିବେ ଓ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ରେ ପାରିତ ହୋଇ ଅର୍ଥ ମଞ୍ଜୁର କଲେ କାମ ହେବ ହେଲେ ଏଥର କ୍ୟାବିନେଟ ରେ ମଞ୍ଜୁରୀ କଲେ ନାହିଁ କାହିଁକି? 

ବୋଲି ପ୍ରଶ୍ନ କରିବା ସହ ଏହା ବିଜେପି ର ପ୍ରତାରଣା ଓ ଅଂଚଳବାସୀ ଙ୍କୁ ଭୂଆ ବୁଲାଇ ଭୋଟ ରେ ବିଜୟୀ ହୋଇଛନ୍ତି ବୋଲି କହିଛନ୍ତି ଯାହାକୁ ବିଜେଡି ତରଫରୁ ଦୃଢ଼ ନିନ୍ଦା କରାଯାଉଥିବା ସେ କହିଛନ୍ତି। 

ସେହିପରି ବିଜେଡି ବରିଷ୍ଠ ସଦସ୍ୟ ଆଇନଜୀବୀ ଉମେଶ ଚନ୍ଦ୍ର ସାହୁ ମଧ୍ୟ କହିଥାନ୍ତି ଯେ ବରଗଡ଼ ସାଂସଦ ରେଲ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଦେଇଥିବା ପତ୍ର ପଠନ କରି କହିଛନ୍ତି ଯେ ଗତ ପଦ୍ମପୁର ଉପ ନିର୍ବାଚନ ସମୟରେ ବିଜେପି ର ନେତା ମନ୍ତ୍ରୀ ମାନେ କହିଥିଲେ ଯେ ବରଗଡ଼ ନୂଆପଡ଼ା ରେଲଲାଇନ ହେବ ଓ ତାକୁ ନେଇ ମୁଁ ନିର୍ବାଚନ ସମୟରେ ଅଧିକ ବ୍ୟବଧାନରେ ବିଜୟୀ ହୋଇ ଓଡ଼ିଶା ଚମ୍ପିୟାନ ହୋଇଛି ହେଲେ ଏଥର କେନ୍ଦ୍ର ବଜେଟରେ ବରଗଡ଼ ନୂଆପଡ଼ା ରେଲଲାଇନ ପାଇଁ ପ୍ରସ୍ତାବ ନାହିଁ। 

ଲୋକ ଙ୍କୁ ପ୍ରତାରଣା କରାଯାଇଛି ଏହା ଦୂର୍ଭାଗ୍ଯ ପୂର୍ଣ ବୋଲି କହିଛନ୍ତି। ସେହିପରି ବିଜେଡି ନଗର ସଭାପତି ନବକିଶୋର ସାହୁଙ୍କ କହିବା ଅନୁସାରେ ଗତ ପଦ୍ମପୁର ଉପ ନିର୍ବାଚନ ସମୟରେ ବିଜେପି ର ନେତା ମାନେ କଥା ଦେଇଥିଲେ ପ୍ରସ୍ତାବିତ ବରଗଡ଼ ନୂଆପଡ଼ା ରେଲଲାଇନ ହେବ। 

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ଆଜି ରାଜ୍ୟ ସରକାର ଜମି ହସ୍ତାନ୍ତର କଲେ କାଲିଠୁ କାର୍ଯ୍ୟ ଆରମ୍ଭ ହେବ ହେଲେ ଡବଲ ଇଞ୍ଜିନ ଥାଇ ମଧ୍ଯ କାହିଁକି କ୍ୟାବିନେଟ ମଞ୍ଜୁରୀ ମିଲିଲା ନାହି।ଏହି ବରଗଡ଼ ନୂଆପଡ଼ା ରେଲଲାଇନ ନ ହେଲେ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। 

ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଫୋନ୍ ରେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ବି ସାଂସଦ ଫୋନ୍ ଉଠାଇନଥିବାରୁ ପ୍ରତିକ୍ରିୟା ମିଲିପାରି ନାହିଁ। ପ୍ରକାଶ ଥାଉ କି ନୂଆ ସରକାର ଙ୍କ ପ୍ରଥମ ବିଧାନସଭା ର ଗତ ୨୫.୭.୨୪ ଦିନ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଅଣତାରକା ଚିହ୍ନିତ ୨୦୫ ସଂଖ୍ୟା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଙ୍କୁ ପ୍ରଶ୍ନ ରେ ପଚାରିଥିଲେ କି ପ୍ରସ୍ତାବିତ ବରଗଡ଼ ଠାରୁ ନୂଆପଡ଼ା ଭାୟା ପଦ୍ମପୁର ରେଲପଥ ପାଇଁ ରାଜ୍ୟ ସରକାର କେଉଁ କେଉଁ ପଦକ୍ଷେପ ନେଇଛନ୍ତି। 

ଉପରୋକ୍ତ ରେଳପଥ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କ ପାଖକୁ କେତେ ଜମି ଓ ପଦ୍ମପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଭୁକ୍ତ କେଉଁ ମୈଜାରୁ କେତେ ଜମି,ଖାତା ନମ୍ବର,ପ୍ଲଟ ନମ୍ବର ଏବଂ ଏରିଆ ଅଧିଗ୍ରହଣ କରିବାପାଇଁ ଅନୁରୋଧ କରିଛନ୍ତି, ଯଦି ହଁ ତାହେଲେ ସରକାର ଜମି ଅଧିଗ୍ରହଣ ପାଇଁ ବର୍ତ୍ତମାନ ସୁଦ୍ଧା କ'ଣ କ'ଣ ପଦକ୍ଷେପ ନେଇଛନ୍ତି ଜଣାଇବେ କି ? 

ଏହାର ଉତ୍ତର ରେ ବିଭାଗୀୟ ମନ୍ତ୍ରୀ ଯେଉଁ ଉତ୍ତର ଦେଇଛନ୍ତି ତାକୁ ନେଇ ପଦ୍ମପୁର ବିଜେଡି ପ୍ରଶ୍ନ ଉଠାଇବା ସହ ଯଦି ବରଗଡ଼ ନୂଆପଡ଼ା ଭାୟା ପଦ୍ମପୁର ରେଲପଥ ନ ହୁଏ ତା'ହେଲେ ଜନ ଆନ୍ଦୋଳନ କରାଯିବ ବୋଲିି ଚେତାବନୀ ଦେଇଥିଲେ। 

ଯାହାକୁ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କୈାଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୁଣି ପଦ୍ମପୁର ଜଏଣ୍ଟ ଏକସନ କମିଟି ବୈଠକ ଡାକରା ଦେଇଥିବା ରୁ ପୁଣିଥରେ ବିରୋଧି ମହଲରେ ପ୍ରସ୍ତାବିତ ବରଗଡ଼ ନୂଆପଡ଼ା ରେଲଲାଇନ କୁ ନେଇ ଆଲୋଚନା ଓ ସମାଲୋଚନା ଦେଖାଦେଇଛି।




Report : Bijay ku sahu

Edited by k.s thakur...




Post a Comment

Previous Post Next Post