ପଦ୍ମପୁର ଏନ୍ ଏ ସି ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ...

ପଦ୍ମପୁର ଏନ୍ ଏ ସି ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ...


ବରଗଡ଼,୧୪/୦୮ : ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍ ଏ ସି ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଙ୍କ ତତ୍ବାବଧାନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପଦ୍ମପୁର ରାଜବୋଡାସମ୍ବର ଖେଳ ପଡ଼ିଆ ଠାରୁ ବିଭିନ୍ନ ଅନୁଷ୍ଠାନ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ମହିଳା ସଂଗଠନ କର୍ମକର୍ତ୍ତା ଓ ସଦସ୍ୟ ପ୍ରଭୃତି ତ୍ରିରଙ୍ଗା ପତାକା ସହର ପରିକ୍ରମା କରିଥିଲେ। 

             Ad..


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପଦ୍ମପୁର  ଏଡିଏମ୍ ମୋତିରାମ କୁଣାଳ ଚୈହାନ ,ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ, ଯୁବ ନେତା ପ୍ରିତେଶ ବହିଦାର, ସମାଜ ସେବୀ ନିରୋଜ ଦୋରା , ପଦ୍ମପୁର ସହରର ବୁଦ୍ଧଯିବୀ, ବରିଷ୍ଠ ନାଗରିକ ସଦସ୍ୟ, ଏନ୍ ଏ ସି ର ସମସ୍ତ କାଉନସିଲ ପ୍ରମୁଖ ଯୋଗଦାନ ଦେଇ ଭେଉରିଆଛକ, ଥାନା ଛକ, ଶାସ୍ତ୍ରୀ ଛକ , ସିନେମା ହଲ ଛକ ଠାରୁ ଭେଉରିଆଛକ ପର୍ଯ୍ୟନ୍ତ ପରିକ୍ରମା ଶୋଭାଯାତ୍ରା କରାଯାଇଛି। 

ପଦ୍ମପୁର ନଗର ପରିକ୍ରମା ପରେ ପଡ଼ିଆରେ ସାମୁହିକ ଏକତ୍ରିତ ହୋଇଥିଲେ । ଏନ୍ ଏ ସି ତରଫରୁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବିସ୍କୁଟ ବଣ୍ଟନ କରିବା ପରେ ସେଲଫି ପଏଣ୍ଟ ରେ ସମସ୍ତେ ଫଟୋ ଉଠାଇଥିଲେ। ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଙ୍କୁ ଜାତୀୟ ପତାକାକୁ ବଣ୍ଟନ କରାଯାଇଥିଲା।




Report : Bijay ku sahu

Edited by k.s thakur...



Post a Comment

Previous Post Next Post