ଏଚ୍ଆଇଭି/ଏଡ଼୍ସ୍ ସଚେତନତା କାର୍ଯ୍ୟକ୍ରମ...
ଭାଲୁମୁଣ୍ଡା ,୦୧/୧୨ : ଆଜି ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡା ଠାରେ ଯୁବ ରେଡ୍କ୍ରସ୍ ବିଭାଗ ଏବଂ ରେଡ୍ରିବନ୍ କ୍ଲବ୍ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Ad...
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗରୁଡଧ୍ୱଜ ବେହେରାଙ୍କ ସଭାପତିତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୁବ ରେଡ୍କ୍ରସ୍ ସଂଯୋଜକ ଅଧ୍ୟାପକ ରଶ୍ମିରଂଜନ ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । +୨ ଦ୍ୱିତୀୟ ବର୍ଷର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶର୍ମିଷ୍ଠା ବଳ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଝରିଆଲ୍, ଏବଂ ଅନିତା କୁମାରୀ ଦାସ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଖଇରା ଯୋଗଦେଇ ଏଡ୍ସ୍ର ଭୟାବହତା, ଏହାର ସଂକ୍ରମଣ ଓ ନିରାକରଣ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହିତ ଏହାର ବହୁ ଗୁରତ୍ୱପୂର୍ଣ ଦିଗ ସମ୍ପର୍କରେ
ସଚେତନ କରାଇଥିଲେ । ପିଲାମାନଙ୍କୁ ଏଡ୍ସ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଠିକ୍ ଉତ୍ତର ଦେଇଥିବା ପିଲାଙ୍କୁ ଗିଫ୍ଟ ମଧ୍ୟ ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟାପକ ନୀଳେଶ କୁମାର ପାରେଖ, ବବିତା ଦାଶ, ଅକ୍ଷୟ କୁମାର ପ୍ରଧାନ, ଲକ୍ଷ୍ମଣ କୁମାର ବାରିକ, ମହମ୍ମଦ ସଲ୍ମନ୍ ଖାନ, ଦମୟନ୍ତୀ ଭୋଇ, ଝିଙ୍କି ଧରୁଆ, ସୁନୀତା ଦାସ, ମୁରଲୀ ଧର ମେହେର, ଯୁଗଳ କିଶୋର ବେହେରା, କ୍ଷୀରୋଦ୍ର ରଣା, ଅସୀମ ପୁଟେଲ୍ ଏବଂ ଅଣ ଶିକ୍ଷକ କର୍ମଚାରୀ, ସୁଧାଂଶୁ ଶେଖର ପୁଟେଲ୍, ରିଖିରାମ ପୁଟେଲ୍, ଏକାଦଶିଆ କିଶାନ, ମୁରଲୀଧର ପୁଟେଲ୍, କଳ୍ପନା ମେହେର ପ୍ରମୁଖ ସହଯୋଗ କରିଥିଲେ ଏବଂ ରେଡ୍ରିବନ୍ କ୍ଲବ୍ର ସମସ୍ତ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ ।
Edited by k.s thakur...


