ନବମ ଦିନରେ ଅଳ ଓଡିଶା ଅଙ୍ଗନବାଡି କର୍ମୀଙ୍କ ଧାରଣା...
ଭାଲୁମୁଣ୍ଡା,୦୧/୧୨ : ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ନେଇ ବଙ୍ଗୋମୁଣ୍ଡା ବ୍ଲକ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କସ ଆସୋସିଏସନ ବଙ୍ଗୋମୁଣ୍ଡା ଶାଖାର ଶତାଧିକ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ୮ ଦଫା ଦାବି ନେଇ ଧାରଣା ରେ ଗତ ୯ଦିନ ରୁ ବସିଛନ୍ତି ।
Ad..
ଅଙ୍ଗନବାଡି ଙ୍କ ର ଆଠ ଟି ଦାବି ଗୁଡିକ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପୂରଣ କରାଯାଉ ନାହିଁ । ଦାବି ଗୁଡିକ ହେଲା (୧) ୨୦୧୮ ଆନ୍ଦୋଳନ ସମୟରେ ବହିସ୍କୃତ ଛଅ ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିୟୁକ୍ତି ପ୍ରଦାନ, (୨) ମିନି ଅଙ୍ଗନବାଡି କର୍ମୀ କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀ ରୂପେ ପ୍ରଦାନ (୩) ସରକାରୀ ମାନ୍ୟତା ପ୍ରଦାନ କରାଯାଉ । (୪) ଅବସର କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଦେବା ସହିତ ପେନସନ ୫ହଜାର ଦିଆଯାଉ (୫)କାର୍ଯ୍ୟରତ ଅଵସ୍ଥା ରେ ମୃତ୍ୟୁ କଲେ ମୃତ୍ୟୁ ସହାୟତା ରାଶି ୫ଲକ୍ଷ ଟଙ୍କା ଓ ପରିବାର ଲୋକଙ୍କୁ ଚାକିରୀ ଦିଆଯାଉ ,(୬) ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ ଦିଆଯାଉ। (୭) ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ପ୍ରୀ- ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ । (୮) ୫୦% ସ୍ନାତ୍ତକ ଓ ଚଦୁର୍ଦ୍ଧ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସୁପ୍ରଭାଇଜର ପଦବୀରେ ସାମିଲ କରାଯାଉ। ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବା ନେଇ ଚେତାବନୀ ଦେଇଛନ୍ତି ।
ବଙ୍ଗୋମୁଣ୍ଡା ବ୍ଳକର ୧୯୪ କେନ୍ଦ୍ର ରେ ତାଲା ପଡିଛି । ବ୍ଲକ ସଭାନେତ୍ରୀ ସନ୍ଧ୍ୟାରାଣୀ ଦାସ ଯାଦବ,ସମ୍ପାଦିକା ସବିତା ବିଭାର ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ରୁକ୍ମିଣୀ ସରାଫ, ସତ୍ୟ ରାଉତ,କଲି ପୁଟେଲ,ପ୍ରମୋଦିନୀ ପାଣିଗ୍ରାହୀ, ଗୀତା ପଣ୍ଡା,କୁଞ୍ଜଶ୍ୱରୀ ବେହେରା, ତପାଶ୍ୱନି ସାହୁ, ପଦ୍ମା ଅଦା ଙ୍କ ସହ ଶତାଧିକ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ପ୍ରମୁଖ ଧାରଣା ରେ ସାମିଲ ହୋଇଛନ୍ତି ।
Edited by k.s thakur...


