ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ତିନି କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା କାର ...
ଗଞ୍ଜାମ,୨୦/୧୧: ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତା ଭାବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପାନ ଦୋକାନ ଉପରେ ମାଡ଼ିଗଲା କାର। ତିନି କଲେଜ ଛାତ୍ରୀ ଗୁରୁତର ଆହତ।
Ad..
ସୂଚନା ଅନୁସାରେ, ଭାବନ୍ଧ ଛକ ନିକଟରେ ଏକ କାର୍ ଦ୍ରୁତ ଗତିରେ ଆସି ରାସ୍ତା ପାର୍ଶ୍ୱରେ ଥିବା ଏକ ପାନ ଦୋକାନ ଉପରେ ଚଢ଼ିଯାଇଥିଲା। ଏହି ସମୟରେ ସେହି ରାସ୍ତା ଦେଇ ସାଇକେଲ ଗଡ଼ାଇ ଆସୁଥିବା ତିନି ଜଣ କଲେଜ ଛାତ୍ରୀଙ୍କୁ ମଧ୍ୟ ଧକା ଦେଇଥିଲା କାର।
ସେମାନେ ହେଲେ ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ କଲେଜର ଛାତ୍ରୀ ସୁମିତ୍ରା ସାମଲ, ଇତିଶ୍ରୀ ପ୍ରଧାନ ଓ ଶୁଭଶ୍ରୀ ନାବାକ। ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକେ ଘଟଣାସ୍ଥଳରୁ ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁରୁଷୋତ୍ତମପୁର ପୁଲିସ ଘଟଣାସ୍ଥଳକୁ ଯାଇ ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
Edited by k.s thakur...


