ଅପରେସନ ଗ୍ରୀନ କ୍ଲିନ୍, ୨ କୋଟିର ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ...

ଅପରେସନ ଗ୍ରୀନ କ୍ଲିନ୍, ୨ କୋଟିର ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ...

କୋରାପୁଟ,୨୦/୧୧ : କୋରାପୁଟ ଜିଲ୍ଲା ଲମତାପୁଟରେ ଅପରେସନ ଗ୍ରୀନ କ୍ଲିନ୍। ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ମାଓ ପ୍ରଭାବିତ ସାରିଆପାଲି ଗ୍ରାମ ନିକଟ ବଣ୍ଡରୁଗୁଡା ଜଙ୍ଗଲରୁ କଡ଼ା ସୁରକ୍ଷା ବଳୟ ଭିତରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପାଡ଼ୁଆ ପୋଲିସ। ପ୍ରାୟ ୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

   Ad..



କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ତତ୍ତ୍ଵାବଧାନରେ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଗଞ୍ଜେଇ ଚାଷ ଜମି ଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଗୁଇନ୍ଦା ସୂତ୍ର, ସାଟେଲାଇଟ ଚିତ୍ର ଏବଂ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଏହି ଚାଷ ଜମି ଗୁଡ଼ିକୁ ଚିହ୍ନଟ କରାଯାଇଛି। କୋରାପୁଟ ଡିବିଏଫ୍, ଅବକାରୀ ବିଭାଗ, ବନ ବିଭାଗ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଯାହାର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

କୋରାପୁଟ ପୋଲିସର କଡ଼ା ପଦକ୍ଷେପ ଯୋଗୁଁ ପାଡ଼ୁଆ ଅଞ୍ଚଳରେ ୫୦ ଭାଗ ଗଞ୍ଜେଇ ଚାଷ ବନ୍ଦ ହୋଇଥିବା ପୋଲିସ ସୂଚନା ଦେଇଛି। ଆଗାମୀ ଦିନରେ ଅପରେସନ ଗ୍ରୀନ କ୍ଲିନ୍‌କୁ ଜୋରଦାର୍ କରିବା ନେଇ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି।






Edited by k.s thakur..

Post a Comment

Previous Post Next Post