ପଦ୍ମପୁର ରେ ବିଜୁ ଜନତା ଦଳ ର ମାରାଥନ ପ୍ରଚାର,ବର୍ଷା ସିଂ ବରିହା ମୋର ଝିଅ - ମହେନ୍ଦ୍ର ବଢେଇ...

ପଦ୍ମପୁର ରେ ବିଜୁ ଜନତା ଦଳ ର ମାରାଥନ ପ୍ରଚାର,ବର୍ଷା ସିଂ ବରିହା ମୋର ଝିଅ - ମହେନ୍ଦ୍ର ବଢେଇ...

ପଦ୍ମପୁର:- ୨୦/୧୧- ପଦ୍ମପୁର ବିଧାନ ସଭାର ଉନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତ ରେ ମାରାଥନ ପ୍ରଚାର।

   Ad..



ପଦ୍ମପୁର ବ୍ଲକ ଅନ୍ତର୍ଗତ ଜିଲ୍ଲାପରିଷଦ ଜୋନ ଦୁଇ ର ଜମଲା, ଫଲ୍ସାପାଲି,  ସର୍ଗିପଳି, ଜ୍ଞାନ ଓ ମେଳଚାଛାମୁଣ୍ଡା ଗ୍ରାମ ପଞ୍ଚାୟତ  ର ବିଭିନ୍ନ ଗ୍ରାମରେ ନିର୍ବାଚନୀ ସଭାମାନ ଅନୁଷ୍ଠିତ ହୋଯାଇଅଛି। ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଉପସ୍ଥିତ ରହି ବିଜୁ ଜନତା ଦଳ ର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଏହି ଉନିର୍ବାଚନରେ ବିଜୁ ଜନତା ଦଳର ପର୍ଥିନି ବର୍ଷା ସିଂ ବରିହା ଙ୍କ ପାଇଁ ଭୋଟ ନିବେଦନ କରିଥିଲେ। 

ବରିଷ୍ଠ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ନିଜ ପଦବୀ ରୁ ଅବସର ନେଇ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଖରେ ବିଜୁ ଜନତା ଦଳରେ ଯୋଗଦାନ କରି ଆଜି ବିଜୁ ଜନତା ଦଳର ବିଭିନ୍ନ ସଭାରେ ବିଜେଡ଼ି ପର୍ଥିନୀ ବର୍ଷା ସିଂ ବରିହା ଙ୍କୁ ନିଜର ଝିଅ ଭାବେ ସମ୍ବୋଧନ କରି ତାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

ଏହି ନିର୍ବାଚନୀ ପ୍ରଚାର ସଭାରେ ବରଗଡ଼  ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ,  ଖାଡ଼ିବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ରାଜ୍ୟ ଯୁଗ୍ମ ସମ୍ପାଦକ ସଂଜିତ ମହାନ୍ତି, ଶିଶିର ପରିଜା, ରୋମାଞ୍ଚ ରଞ୍ଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳ ପ୍ରତି ସମର୍ଥନ ପାଇଁ ନିବେଦନ କରିଥିଲେ।






(Report : Bijay ku sahu)

Edited by k.s thakur...

Post a Comment

Previous Post Next Post