ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କୁ ନେଇ ଆନ୍ଦୋଳନ ତେଜିଲା....
ପଦ୍ମପୁର, ୧୧/୧୧/୨୦୨୨: ଆଜି ଶୁକ୍ରବାର ଦିନ ପଦ୍ମପୁର ଓକିଲ ସଂଘର ଆହ୍ବାନ କ୍ରମେ ପଦ୍ମପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ,ସଂଘ, ରାଜନୈତିକ ଦଳ, ଜନପ୍ରତିନିଧି ଏବଂ ଜନସାଧାରଣଙ୍କୁ ନେଇ ଓକିଲ ସଂଘର କାର୍ଯ୍ୟାଳୟ ରେ ଓକିଲ ସଂଘର ସଭାପତି ଉମେଶ ଚନ୍ଦ୍ର ସାହୁଙ୍କୁ ସଭାପତିତ୍ବରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ଆଗାମୀ ଦିନରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକୁ ତୀବ୍ରତର କରିବା ପାଇଁ ବିଭିନ୍ନ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଗଲା । ଓକିଲ ସଂଘର ନେତୃତ୍ୱରେ ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗଠିତ ହୋଇଥିଲା।
ଆସନ୍ତା କାଲି ଶନିବାର ଦିନ ପୂର୍ବାହ୍ନ ୧୦ ଘ ରୁ ପଦ୍ମପୁର ନଗରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ।ଯେଉଁଥିରେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ଜନପ୍ରତିନିଧି, ଜନସାଧାରଣ ଯୋଗଦାନ କରି ସହର ପରିକ୍ରମା ପରେ ଏକ ଦାବିପତ୍ର ଉପଜିଲ୍ଲାପାଳ ପଦ୍ମପୁର ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯିବ। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଦାବି ହାସଲ ପର୍ଯ୍ୟନ୍ତ ଆହୁରି ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଏହି ଆନ୍ଦୋଳନକୁ ଜାରି ରଖାଯିବା ପାଇଁ ଅନ୍ୟାନ୍ୟ ପନ୍ଥା ସହ ଆସନ୍ତା ୧୨/୧୨/୨୦୨୨ ଦିନ ଠାରୁ ପ୍ରତିଦିନ ପଦ୍ମପୁର କଚେରି ପରିସର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକାତ୍ମକ ଗଣଧାରଣା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।
(Report : Bijay ku sahu)
Edited by k.s thakur...


