ଓଲଟିଲା ଡିଜେଲ୍ ବୋଝେଇ ଟ୍ୟାଙ୍କର,ଲୋକେ ବୋହି ନେଲେ ଡିଜେଲ୍ ...

ଓଲଟିଲା ଡିଜେଲ୍ ବୋଝେଇ ଟ୍ୟାଙ୍କର,ଲୋକେ ବୋହି ନେଲେ ଡିଜେଲ୍ ...

କୋରାପୁଟ,୧୨/୧୧ : କୋରାପୁଟ ଓ ରାୟଗଡା ଜାତୀୟ ରାଜପଥ କାକିରିଗୁମା ଥାନା ଅଞ୍ଚଳରେ ଓଲଟିଲା ଡିଜେଲ୍ ବୋଝେଇ ଟ୍ୟାଙ୍କର । ଦୁର୍ଘଟଣା ଗ୍ରସ୍ତ ଡିଜେଲ ଟ୍ୟାଙ୍କରରୁ ଡିଜେଲ ବୋହି ନେଲେ ଲୋକେ । 

   Ad..



କୋରାପୁଟ ଓ ରାୟଗଡା ଜାତୀୟ ରାଜପଥ କାକିରିଗୁମା ଥାନା ଭିତରଗଡ ନିକଟ ନୁତନ ନିର୍ମାଣଧିନ ବ୍ରିଜ ନିକଟରେ ଘଟିଛି ଘଟଣା । କାକିରିଗୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯିଏ ଯାହା ପାଇଲେ ସେଥିରେ ବୋହିନେଲେ ଡିଜେଲ ।

କିଏ ବୋତଲରେ ତ କିଏ ଜାରକିନରେ ଭର୍ତ୍ତି କରି ଲୁଟି ନେଲେ ଡିଜେଲ । ଗାଡିର ଡ୍ରାଇଭର ଓ ହେଲପର କେବଳ ଜଳକା ହୋଇ ରହିଥିଲେ । ଡିଜେଲ ବୋଝେଇ ଟେଙ୍କରଟି କୋରାପୁଟ ଓ ରାୟଗଡା ୩୨୬ ଜାତୀୟ ରାଜପଥରେ ଆସି ଦାମନଯୋଡି ଅଭିମୁଖେ ଯାଉଥୁବା ବେଳେ ଲକ୍ଷ୍ମୀପୁର ବ୍ଳକ୍ ଭିତରଗଡ ନିକଟରେ ଓଲଟି ପଡିଥିଲା । ଘଟଣା ସ୍ଥଳରେ କାକିରିଗୁମା ପୋଲିସ ପହଞ୍ଚି ଡିଜେଲ ବୋହିନେଇ ଯାଉଥୁବା ଲୋକଙ୍କୁ ଘଉଡାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।






Edited by k.s thakur...

Post a Comment

Previous Post Next Post