ଝାଡ଼ାବାନ୍ତିରେ ତିନି ଦିନରେ ଗଲାଣି ଦୁଇ ଜୀବନ !

ଝାଡ଼ାବାନ୍ତିରେ ତିନି ଦିନରେ ଗଲାଣି ଦୁଇ ଜୀବନ !

କଲ୍ୟାଣସିଂହପୁର,୧୨/୧୧ : ରାୟଗଡ଼ା ସଦର ବ୍ଲକ ଅଞ୍ଚଳରେ  ତିନି ଦିନରେ ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନେକ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏନେଇ ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌।
   Ad..



ପିତାମହଲ ପଞ୍ଚାୟତ କନ୍ଧଖିଲମ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୩ ଦିନରେ ଝାଡ଼ାବାନ୍ତିରେ ଏହି ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଗଜ ମେଲାକା ଓ ଆଦାମା ଉଲାକା। ଏହାଛଡ଼ା ଅନେକ ଆକ୍ରାନ୍ତ ହୋଇଛି। ସେମାନଙ୍କ ଭିତରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିନ୍ତୁ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଦୂଷିତ ପାଣି ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ଗତ ୩ ଦିନରେ ୨ ଜଣଙ୍କ ମୃତ୍ୟୁ ନେଇ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ ଓ ଏକ ସ୍ୱତନ୍ତ୍ରର ଡ଼ାକ୍ତରୀ ଦଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେଡ଼ିକାଲ୍‌ ଟିମ୍‌ ଘରକୁ ଘର ବୁଲି ଲୋକଙ୍କୁ ଓଆରଏସ୍‌ ଓ ହାଲୋଜିନ ବଟିକା ବାଣ୍ଟୁଛି। ଏଥିସହ ପାଣି ଫୁଟାଇ ପିଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି।

ସୂଚନାରୁ ଅନୁସାରେ ଗାଁକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏକ ପାନୀୟ ଜଳ ପ୍ରକଳ୍ପ ରହିଥିଲା। ହେଲେ ବିଲ୍‌ ବାକି ଥିବାରୁ ବିଦ୍ୟୁତ ବିଭାଗ ପ୍ରକଳ୍ପର ବିଜୁଳି କାଟି ଦେଇଥିଲା। ତେଣୁ ୮ ଦିନ ହେଲା ଗାଁ ଲୋକେ ନଈର ଦୂଷିତ ପାଣି ସେବନ କରୁଛନ୍ତି। ଯେଉଁଥିପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା ଅନୁମାନ କରାଯାଉଛି।






Edited by k.s thakur...

Post a Comment

Previous Post Next Post