ପଖନମୁଣ୍ଡା ବିଦ୍ୟାଳୟରେ ଶିକ୍ଷାମିତ୍ରଙ୍କ ସମୀକ୍ଷା ବୈଠକ...
କଣ୍ଟାବାଞ୍ଜି, ୨୮/୧୦ : ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଲେମ୍ପ ପରିବର୍ତ୍ତନ ପ୍ରକଳ୍ପ ଦ୍ଵାରା ନିୟୋଜିତ ଶିକ୍ଷାମିତ୍ରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ବ୍ଳକ ସଂଯୋଜକ ବିଜୁଦାସ ମହାନନ୍ଦଙ୍କ ସଭାପତିତ୍ୱରେ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶ, ମାନ୍ଦଲା କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀ ଯୋଗ ଦେଇଥିଲେ।
କରୋନା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି ତେଣୁ ଏହା ଏକ ବ୍ରିଜ ଭଳି କାମ କରିବ ବୋଲି ଅତିଥି ମାନେ ମତ ଦେଇଥିଲେ।ବ୍ଳକରେ କାର୍ଯ୍ୟରତ ଶିକ୍ଷାମିତ୍ର ମାନେ ନିଜ ନିଜର କାର୍ଯ୍ୟ କଳାପ ଉପରେ ଳିଜର ଅଭିଜ୍ଞତା କହିବା ସହିତ ଆଗାମୀ ମାସର ଏକସନ ପ୍ଳାନ ତିଆରି କରିଥିଲେ।
ଏହି ସମୀକ୍ଷା ବୈଠକରେ ନରେଶ ତାଣ୍ଡି, ସାଧନକର୍ମୀ,ସୁରଜ ଛତ୍ରିଆ, ସୁଶୀଲ ଛତ୍ରିଆ,ବାସନ୍ତୀ ଦାସ, ଶ୍ରଦ୍ଧାଞ୍ଜଳି ତାଣ୍ଡି,ମାଧୁରୀ ସଗ୍ରିଆ,ପୃଥିରାଜ ବାରିକ,ଅରୁଣ ସମରଥ ଆଦି ଶିକ୍ଷାମିତ୍ର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।
Edited by k.s thakur...

