ବିଜେଡିର କୋଟିଏ ଟଙ୍କା ପୁରସ୍କାର ଅଫର୍‌, ଆଦର୍ଶ ଆଚରଣ ବିଧି ଉଲଂଘନ ବିରୋଧରେ ନିର୍ବାଚନ କମିଶନ ଗଲା ବିଜେପି...

ବିଜେଡିର କୋଟିଏ ଟଙ୍କା ପୁରସ୍କାର ଅଫର୍‌, ଆଦର୍ଶ ଆଚରଣ ବିଧି ଉଲଂଘନ ବିରୋଧରେ ନିର୍ବାଚନ କମିଶନ ଗଲା ବିଜେପି...

ଭୁବନେଶ୍ୱର,୨୫/୧୦ : ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ଭରପୂର ସଭାରେ ଖୁଲମଖୁଲା ଦିଆଯାଉଛି ଅଫର୍‌। ଯେଉଁ ପଞ୍ଚାୟତ ସର୍ବାଧିକ ଲିଡ ଦେବ, ତାକୁ କୋଟିଏ ଟଙ୍କା ପୁରସ୍କାର ମିଳିବ ବୋଲି ବି କୁହାଯାଉଛି।  ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଘଂନ କରାଯାଉଛି।

   Ad..

  


ସେହିଭଳି ଯେଉଁମାନଙ୍କ ହାତରେ ଅବାଧ ନିର୍ବାଚନର ଦାୟିତ୍ୱ ସେମାନେ ହିଁ ନିୟମ ଭାଙ୍ଗୁଛନ୍ତି। ଏପରି ଚିତ୍ର ଭଦ୍ରକ ଜିଲ୍ଲା ଧାମନଗରରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ବିଜେଡିକୁ ଘେରିଛି ବିଜେପି।

   Ad..



ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଜେପି ଟିମ୍‌ ଫେରାଦ ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।






Edited by k.s thakur...


Post a Comment

Previous Post Next Post