ମାଓ କ୍ୟାମ୍ପ ସହ ବହୁ ମାଓ ସାମଗ୍ରୀ ଜବତ କଲା ପୋଲିସ...
ନୂଆପଡ଼ା,୨୫/୧୦ : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପାଟଦରାହା ସଂରକ୍ଷିତ ଜଙ୍ଗଲରେ ମାଓ ପୋଲିସ ଗୁଳି ବିନିମୟ ସହ ମାଓ କ୍ୟାମ୍ପ ଓ ମାଓ ସାମଗ୍ରୀ ଜବତ କରାଯାଇଛି। କିଛି ଦିନ ହେଲା ନୂଆପଡ଼ା ଜିଲ୍ଲାରେ ମାଓବାଦୀ ମାନେ ତାଙ୍କର ଉପସ୍ଥିତି ଜାହିର କରି ହିଂସା କରି ଚାଲିଛନ୍ତି।
Ad..
ତିନି ଦିନ ପୂର୍ବରୁ ଅର୍ଥାତ ରବିବାର ଦିନ ପଡୋଶୀ ଛତିଶଗଡ଼ ସୀମାନ୍ତରେ କମ୍ବିଂ ସମୟରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
Ad..
ସେହି ସମୟରେ ମାଓବାଦୀ ମାନେ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ।ଦୁଇ ଗୋଟି ଆଇଡି ସହ ଦୁଇ ଗୋଟି ଦେଟୋନେଟର, ସହ ଦୈନଦିନ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ଆଜି ନୂଆପଡ଼ା ଏସପି ଏବଂ ସିଆରପିଏଫ୍ କମାଣ୍ଡ ଦେଣ୍ଟ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇଥିବା ସୂଚନା ଦେଇଛନ୍ତି ।
Edited by k.s thakur...



