ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ...
ବଙ୍ଗୋମୁଣ୍ଡା,୨୭/୧୦ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରାବାସ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରଶିକ୍ଷଣ ତାଲିମି ଅନୁଷ୍ଠିତ ହୋଇଯାଇଛି ।ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗିଲେ କେମିତି ନିଆଁ କୁ ଆୟତ୍ତ କରାଯାଇପାରିବ ସେ ନେଇ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀ ହାବିଲଦାର ଅମରେଶ ପଣ୍ଡା,ଆଗ୍ନିକ ବିଜୟ ସୁନା,ପୂର୍ଣ୍ଣଚନ୍ଦ୍ର ନାଗ, ଭଜମନ ମହାଳିଙ୍ଗ ପ୍ରମୁଖ ମକଡ୍ରିଲ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିଥିଲେ ।
ଏହି ଅବସରରେ ଛାତ୍ରାବାସ ର ଇନଚାର୍ଜ ମାନସୀ ସତନାମୀ,କସ୍ତୁରବା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିରାମ ସତନାମୀ,ୱାଡେନ ଶଶିକଲା ବାଗ ପ୍ରମୁଖ ଉପସ୍ଥିତ ଥିଲେ ।
Edited by k.s thakur...

