ବରଗଡ଼ ପୁରୁଣା ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ବନ୍ଦ, କେନ୍ଦ୍ର ଖୋଲିବା କୁ ଆମ୍ ଆଦମୀ ପାର୍ଟି ର ଦାବୀ...

ବରଗଡ଼ ପୁରୁଣା ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ବନ୍ଦ, କେନ୍ଦ୍ର ଖୋଲିବା କୁ ଆମ୍ ଆଦମୀ ପାର୍ଟି ର ଦାବୀ...

ବରଗଡ଼, ୨୬/୧୦ : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ୱ ଦେଉଥିବା କହୁଥିବା ବେଳେ ବରଗଡ଼ ପୁରୁଣା ମୂଖ୍ୟ ଡାକ୍ତରଖାନାରେ ଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର କୁ ମେଡିକାଲ ପ୍ରଶାସନ ବନ୍ଦ କରି ଦେଇଛି । ପ୍ରତ୍ୟେକ ଦିନ ଅନେକ ସଂଖ୍ୟା ରେ ଅପ୍ରାକୃତିକ ମୃତ ଘଟଣାର ଶବ ବ୍ୟବଚ୍ଛେଦ ଏଠାରେ ହୋଇଥାଏ କିନ୍ତୁ ବରଗଡ଼ ସହରରୁ ଏହାକୁ ଅନ୍ୟତ୍ର ଦୂର ଦୁରନ୍ତ କୁ ସ୍ଥାନାନ୍ତର କରିବା ଏକ ଭୁଲ ନିଷ୍ପତ୍ତି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । 

ବରଗଡ ଟାଉନ ଥାନା, ସଦର ଥାନା ଅନ୍ତର୍ଗତ ଅନେକ ମୃତ୍ୟୁ ଘଟଣା ର ଶବ ବ୍ୟବଚ୍ଛେଦ ଏହି କେନ୍ଦ୍ର ରେ ହେଉଥିବା ରୁ ଗରିବ ଲୋକଙ୍କ ପାଇଁ ଏହା ଏକ ସହାୟତା ଯୋଗାଇ ଥାଏ କିନ୍ତୁ ୧୨ କିଲୋମିଟର ଦୂର କୁ ବ୍ୟବଚ୍ଛେଦ ପାଇଁ ଯିବା ଓ ସରକାର ଙ୍କ ଶବ ବୁହା ଗାଡି ନଥିବାରୁ ପୁଣି ଖର୍ଚ୍ଚ।ନ୍ତ ହେବା ଲୋକଙ୍କୁ ଆହୁରି ଅସୁବିଧା ରେ ପକେଇବ ବୋଲି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ସେହିପରି ଶବ ରଖା ଗୃହ (ମୋର୍ଚୁଆରୀ) ବରଗଡ଼ ପୁରୁଣା ଡାକ୍ତରଖାନାରେ ଥିବା ବେଳେ ଶବ ବ୍ୟବଚ୍ଛେଦ କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର କରିବା ଏ କିପ୍ରକାର ନିଷ୍ପତ୍ତି ବୋଲି ସାହୁ ପ୍ରଶ୍ନ କରିଛନ୍ତି ।






Edited by k.s thakur..

Post a Comment

Previous Post Next Post