ରାଣୀ ମହୁମାଛି ଜାଲରେ ଅନେକ ନେତା ଓ ମନ୍ତ୍ରୀ: ସିବିଆଇ ଓ ଏସ୍‌ଆଇଟି ତଦନ୍ତ ଦାବି କଲେ କଂଗ୍ରେସ,ବିଜେପି...

ରାଣୀ ମହୁମାଛି ଜାଲରେ ଅନେକ ନେତା ଓ ମନ୍ତ୍ରୀ: ସିବିଆଇ ଓ ଏସ୍‌ଆଇଟି ତଦନ୍ତ ଦାବି କଲେ କଂଗ୍ରେସ,ବିଜେପି...

ଭୁବନେଶ୍ୱର, ୧୨/୧୦ : ଦିନକୁ ଦିନ ଫିଟିବା ରେ ଲାଗିଛି ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍‌ର ଗୁମର। ହେଲେ ଖୋଲୁନି ଏହି ରାଣୀମହୁମାଛିଙ୍କ ସହ ଥିବା ନେତା ଓ ମନ୍ତ୍ରୀଙ୍କ ଲିଙ୍କ୍। ପୁଲିସ ଏବାବଦରେ ପୂରା ଚୁପ୍। ଯାହାକୁ ନେଇ ପୁଲିସ ଉପରେ ସନ୍ଦେହ ବଢ଼ିଛି। 

         Ad..



ବିରୋଧୀ ଦଳ ପକ୍ଷରୁ ପୁଲିସର ତଦନ୍ତ ଉପରେ ଆଙ୍ଗୁଳି ଉଠିଛି। ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଓ ପୂରା ମାମଲାରେ  ଅନେକ ନେତା,ମନ୍ତ୍ରୀ ଓ ବଡ଼ ବଡ଼ିଆ ଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଗତ କାଲି ଆକ୍ସନ ମୋଡ୍‌କୁ ଆସିଥିଲେ ବିରୋଧୀ। ଅର୍ଚ୍ଚନା ନାଗ ମାମଲାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ଆଳି ବ୍ଲକ୍ କଂଗ୍ରେସ ପକ୍ଷରୁ ଗତ କାଲି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ହେଲେ ଏନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଆଳି ବିଜେଡି ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି।

        Ad..



ସେହିପରି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଛାତ୍ର କଂଗ୍ରେସ ସମାଲୋଚନା କରିଛି। ମାମଲାର SIT ତଦନ୍ତ ଦାବି କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ୍। ପୁଲିସ ଓ ପ୍ରଶାସନ ଅଗୋଚରରେ ଅର୍ଚ୍ଚନା କିଭଳି ସାମ୍ରାଜ୍ୟ ଚଳାଉଥିଲା ଏବଂ ଯୁକ୍ତିଯୁକ୍ତ କାରଣ ନ ଥାଇ ଅର୍ଚ୍ଚନାଙ୍କୁ କାହିଁକି ଭିସିରେ ହାଜର କରାଗଲା, ତାହାର ଉତ୍ତର ସରକାର ଦିଅନ୍ତୁ ବୋଲି ଦାବି କରାଯାଇଛି। ମାମଲାରେ ପୁଲିସ ପ୍ରମାଣ ନଷ୍ଟ କରୁଥିବା ସେ ସନ୍ଦେହ କରୁଥିବା ପ୍ରକାଶ କରିଛନ୍ତି। 

   Ad..



ସେହିପରି ଏହି ମାମଲାରେ ୨୦ରୁ ୨୫ ଜଣ ବିଜେଡି ନେତାଙ୍କ ସଂପୃକ୍ତି ଅଛି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ। ଏହି ମାମଲାରେ ତୃତୀୟ ମହଲା ଓ ସିପି କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଦେଖିବା କୁ ରହିଲା ଯେ ମମିତା ମେହେର ହତ୍ୟା ମାମଲାରେ ଯେମିତି କିଛି ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି କୁ ବାଦ ଦିୟା ଯାଇ ମାମଲା କୁ ଭିନ୍ନ ମୋଡ଼ ଦିଆଯାଇଥିଲା ? କଣ ଠିକ ସେହିପରି ଏହି ମାମଲା ର ମୋଡ଼ ଯିବ ନାହିଁ ତ।






Edited by k.s thakur..

Post a Comment

Previous Post Next Post