Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ସାମ୍ନାକୁ ଆସିଲା Monkeypoxର ନୂଆ ଲକ୍ଷଣ, ମସ୍ତିଷ୍କକୁ ଦୁର୍ବଳ କରୁଛି ଭାଇରସ, ରୋଗୀ ସାରା ଜୀବନ ବିକଳାଙ୍ଗ ହୋଇପାରେ...

ସାମ୍ନାକୁ ଆସିଲା Monkeypoxର ନୂଆ ଲକ୍ଷଣ, ମସ୍ତିଷ୍କକୁ ଦୁର୍ବଳ କରୁଛି ଭାଇରସ, ରୋଗୀ ସାରା ଜୀବନ ବିକଳାଙ୍ଗ ହୋଇପାରେ... ନୂ ଆଦିଲ୍ଲୀ:  ଦିନକୁ ଦିନ ମଙ୍କିପକ୍ସର ମାମ...

ସାମ୍ନାକୁ ଆସିଲା Monkeypoxର ନୂଆ ଲକ୍ଷଣ, ମସ୍ତିଷ୍କକୁ ଦୁର୍ବଳ କରୁଛି ଭାଇରସ, ରୋଗୀ ସାରା ଜୀବନ ବିକଳାଙ୍ଗ ହୋଇପାରେ...

ନୂଆଦିଲ୍ଲୀ: ଦିନକୁ ଦିନ ମଙ୍କିପକ୍ସର ମାମଲା ବଢ଼ିବାରେ ଲାଗିଛି । ବିଶ୍ୱର ଅଧିକାଂଶ ଦେଶରେ ଏହି ଭାଇରସର ସଂକ୍ରମଣ ଦେଖିବାକୁ ମିଳୁଛି । ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢ଼ୁଛି, ସେହି ଅନୁପାତରେ ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି । ପୂର୍ବରୁ ମଙ୍କିପକ୍ସ ସଂକ୍ରମିତଙ୍କ ଶରୀରର ବିଭିନ୍ନ ଅଙ୍ଗ ଫୁଲିଯିବା ସହିତ ଫ୍ଲୁ ପରି କିଛି ଲକ୍ଷଣ ଦେଖାଯାଉଥିଲା ।

ମାତ୍ର ନିକଟରେ ମଙ୍କିପକ୍ସର ନୂଆ ଲକ୍ଷଣକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ଏହି ନୂଆ ଲକ୍ଷଣକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଛି । କିଛିଦିନ ତଳେ ବ୍ରେନରେ ସ୍ମଲ ପକ୍ସର ପ୍ରଭାବ କିପରି ରହୁଛି ସେନେଇ କିଛି ପରୀକ୍ଷା କରାଯାଇଥିଲା । ଏଥିସହିତ ସ୍ମଲ ପକ୍ସର ପ୍ରଭାବ ଭ୍ୟାକ୍ସିନେଟେଡ ଲୋକଙ୍କ ବିପକ୍ଷରେ କିପରି ରହୁଛି ତାହାକୁ ଅନୁଧ୍ୟାନ କରାଯାଇଥିଲା । ତେବେ ଏହି ସମୟରେ ଲୋକଙ୍କଠାରେ ବିଭିନ୍ନ ପ୍ରକାରର ନ୍ୟୁରୋଲୋଜିକାଲ କମ୍ପ୍ଲିକେସନ ଦେଖିବାକୁ ମିଳିଥିଲା ।

ଏହାପରେ ବୈଜ୍ଞାନିକମାନେ ମସ୍ତିଷ୍କ ଉପରେ ମଙ୍କିପକ୍ସର ପ୍ରଭାବ ବିଷୟରେ ଜାଣିବାକୁ ପ୍ରୟାସ କରିଥିଲେ । ତେବେ ଜଣାପଡ଼ିଥିଲା, ମଙ୍କିପକ୍ସରେ ସଂକ୍ରମିତ ଥିବା ୨-୩ ପ୍ରତିଶତ ଲୋକ ଗମ୍ଭୀର ଭାବେ ବୀମାରଗସ୍ତ ହେଉଛନ୍ତି । ଏହି ସମୟରେ ସେମାନଙ୍କ ବ୍ରେନରେ ଇନସେଫେଲାଇଟସ୍ ହୋଇଥାଏ । ତେବେ ଏହି ଇନସେଫେଲାଇଟସ ଦ୍ୱାରା ରୋଗୀ ସାରା ଜୀବନ ପାଇଁ ବିକଳାଙ୍ଗ ହେବାର ଆଶଙ୍କା ରହିଥାଏ । କିଛି ଲୋକଙ୍କଠାରେ ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା, ଥକ୍କାପଣ ସହିତ ନ୍ୟୁରୋଲୋଜିକାଲ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଲକ୍ଷଣ କେତେଦିନ ପାଇଁ ରହୁଛି ସେନେଇ କିଛି ଜଣାପଡ଼ିନାହିଁ । ତେଣୁ ଏନେଇ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଥିବା କୁହାଯାଉଛି ।






Courtesy : odisha bhaskar...

Edited by k.s thakur...

No comments