Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଚାଉଳ ରପ୍ତାନି ଉପରେ ଭାରତର ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି, ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ...

ଚାଉଳ ରପ୍ତାନି ଉପରେ ଭାରତର ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି, ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ... ନୂ ଆଦିଲ୍ଲୀ: ଘରୋଇ ବଜାରରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ...

ଚାଉଳ ରପ୍ତାନି ଉପରେ ଭାରତର ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି, ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ...

ନୂଆଦିଲ୍ଲୀ: ଘରୋଇ ବଜାରରେ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଆକାଶଛୁଆଁ ଦରଦାମ୍‌ ଯୋଗୁଁ ଖାଉଟି ହନ୍ତସନ୍ତ ହେଉଛନ୍ତି। ବଜାରରେ ଚାଉଳ କିଲୋ ପିଛା ଦର ୩୦ ଟଙ୍କାରୁ ବୃଦ୍ଧି ଘଟି ୪୦ ଟଙ୍କାରେ ପହଞ୍ଚିଛି। ଏଭଳି ସମୟରେ ଘରୋଇ ବଜାରରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି।

ଏଥିପାଇଁ ନିକଟରେ ଭଙ୍ଗା ଚାଉଳ ରପ୍ତାନି ଉପରେ ସରକାର ନିଷେଧାଦେଶ ଲାଗୁ କରିଥିଲେ। ସରକାର ଚାଉଳ ରପ୍ତାନି ଉପରେ ୨୦% ଶୁଳ୍କ ଲାଗୁ କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ବୋଲି ଏବେ ଠୁ ଆଶଙ୍କା କରାଯାଉଛି। ଏପରିକି ଏଥିଯୋଗୁଁ ସମ୍ପୂର୍ଣ୍ଣ ଏସୀୟ ବଜାରରେ ସଙ୍କଟଜନକ ସ୍ଥିତି ମଧ୍ୟ ଦେଖାଦେଇପାରେ । ଏଠାରେ ସୂଚନାଯୋଗ୍ୟ ଯେ, ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ଚାଉଳ ଉତ୍ପାଦନକାରୀ। ୨୦୨୧-୨୨ ଆର୍ଥିକବର୍ଷରେ ଭାରତ ୨୧.୨ ନିୟୁତ ଟନ୍ ଚାଉଳ ରପ୍ତାନି କରିଥିଲା। 

ତଥାପି ଚଳିତବର୍ଷ କମ୍ ବର୍ଷା ହେତୁ ଧାନ ବୁଣାଯାଇଥିବା ଜମି ଆକାରରେ ୬% ହ୍ରାସ ପାଇ ୩୬୭.୫୫ ଲକ୍ଷ ହେକ୍ଟରରେ ପହଞ୍ଚିଛି। ଭଙ୍ଗା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ଏ ନିଷ୍ପତ୍ତି ଚାଇନାରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ଭଙ୍ଗା ଚାଉଳର ବେଜିଂ ହେଉଛି ସବୁଠାରୁ ବଡ କ୍ରେତା। ଏଭଳି ପରିସ୍ଥିତିରେ ଭାରତର ଏହି ପଦକ୍ଷେପ ଚାଇନାରେ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇପାରେ। ଚାଇନାରେ ଭଙ୍ଗା ଚାଉଳ ମୁଖ୍ୟତ ଗୋଖାଦ୍ୟ, ନୁଡୁଲ୍ସ ଏବଂ ମଦ ତିଆରି ପାଇଁ ବ୍ୟବହୃତ ହୋଇଥାଏ। କେତେକ ଆଫ୍ରିକୀୟ ଦେଶକୁ ଭଙ୍ଗା ଚାଉଳ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣକାରୀ ରାଷ୍ଟ୍ର। ଚାଇନାର କୃଷି ସୂଚନା ନେଟୱାର୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନା ହେଉଛି ଭାରତୀୟ ଭଙ୍ଗା ଚାଉଳର ସବୁଠାରୁ ବଡ କ୍ରେତା।






Courtesy : The utkal prahari..

Edited by k.s thakur...

No comments