ଭାରଉତ୍ତୋଳନ ରେ ଜାତୀୟ ସ୍ତରରେ ୩ୟ ସ୍ଥାନ ରଖିଲେ ବିଶ୍ବରଂଜନ ବାଗ

ଭାରଉତ୍ତୋଳନ ରେ ଜାତୀୟ ସ୍ତରରେ ୩ୟ ସ୍ଥାନ ରଖିଲେ ବିଶ୍ବରଂଜନ ବାଗ, ଗ୍ରାମାଞ୍ଚଳ ର ଯୁବକ କମାଲ ଦେଖାଇଲେ ଦେଶର ରାଜଧାନୀ ଦିଲ୍ଲୀ ରେ ...

କଣ୍ଟାବାଞ୍ଜି,୨୫/୦୯ : ଜାତୀୟ ସ୍ତରୀୟ ଭାର ଉତୋଳନ ଚମ୍ପିୟାନସିପ ପ୍ରତି ଯୋଗିତା ଗତ ତା ୨୨ ରୂ ୨୪ ସେପ୍ଟେମ୍ବର ପଯ୍ୟନ୍ତ ନୂଆ ଦିଲ୍ଲୀ  ଠାରେ ନ୍ୟାସନାଲ ସ୍ପୋର୍ଟସ ଫେଡରେସନ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି । 

ଏହି ପ୍ରତିଯୋଗିତା ରେ ଜାତୀୟ ସ୍ତର ରୁ ପ୍ରତି ରାଜ୍ୟ  ରୂ ବହୁ ପ୍ରତିଯୋଗି ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ରେ ୧୦୫ କିଲୋ ବର୍ଗ  ବିଶିଷ୍ଟ ପ୍ରତ୍ୟେକ ରାଜ୍ୟ ରୁ ପ୍ରତିଯୋଗି ମାନେ ଅଂଶ ଗ୍ରହଣ କରିଥିବା ବେଳେ  ଓଡ଼ିଶା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ମଲକାସଡା ଗ୍ରାମ ରୁ  ବିଶ୍ୱରଂଜନ ବାଗ ୧୦୫ କିଲୋ ବର୍ଗ ରେ ଅଂଶ କରି ସେ ୩ୟ ସ୍ଥାନ ରଖିଛନ୍ତି ।  ଏହା ପୂର୍ବ ରୁ ବିଶ୍ଵ ରଞ୍ଜନ ଜାତୀୟ ଭାର ଉତ୍ତୋଳନ ସଂଘ ଦ୍ୱାରା ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭାର ଉତ୍ତୋଳନ ଚାମ୍ପିଅନସିପ ରେ  ୨ୟ ସ୍ଥାନ ଅଧିକାର କରିଥିଲେ। ବର୍ତ୍ତମାନ ସେ ଦେଶ ର ରାଜଧାନୀ ଦିଲ୍ଲୀ ର ତାଳକଟୋରା ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍ ରେ ନିଜ କୌଶଳ ପ୍ରଦର୍ଶନ କରି ଥିଲେ ।

ଏହି ଖବର ପାଇବା ନେଇଁ ଗାଁ ର ଯୁବକ ଗୁଡ଼ିକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏପରି କି ସହରାଞ୍ଚଳ ରେ ଅତ୍ୟାଧୁନିକ ଜିମ୍ନାଜୀୟମ ଗୁଡ଼ିକ ଥିବା ସତ୍ୱେ ଗ୍ରାମାଞ୍ଚଳ ରୁ ଅଂଶ ଗ୍ରହଣ କରି ପ୍ରତିଯୋଗିତା ଲାଭ କରିବା ଅନେକ ଯୁବକ ଙ୍କ ପ୍ରେରଣା ସ୍ରୋତ ପାଲଟିଛନ୍ତି- ବିଶ୍ଵ ରଞ୍ଜନ ବାଗ । 

 ଆଗକୁ ଆହୁରି କଠିନ ପରିଶ୍ରମ କରି ଅନ୍ତର୍ଜାତୀୟ ପ୍ରତିଯୋଗିତା ଗୁଡିକରେ ଅଂଶ ଗ୍ରହଣ କରି ଦେଶ ରାଜ୍ୟ ପାଇଁ ସୁନାମ ଆଣିବା କୁ ଇଚ୍ଛା ପ୍ରକାଶ କରିବା ସହ  ଯୁବ ପିଢ଼ି କୁ ସୁସ୍ଥ ସବଳ ସମାଜ ଗଠନ ପାଇଁ ଆହ୍ବାନ କରିଛନ୍ତି ।




Edited by k.s thakur..

1 Comments

  1. Congratulations Biswaranjan, really very glad to listen 💐💐💐💐

    ReplyDelete
Previous Post Next Post