ମହାକାଶରେ ଘଣ୍ଟା ପ୍ରତି ୨୨ ହଜାର କିଲୋମିଟର ବେଗରେ ଗ୍ରହାଣୁକୁ ଧକ୍କା ଦେବ ସ୍ପେସ୍‌କ୍ରାଫ୍ଟ..

ମହାକାଶରେ ଘଣ୍ଟା ପ୍ରତି ୨୨ ହଜାର କିଲୋମିଟର ବେଗରେ ଗ୍ରହାଣୁକୁ ଧକ୍କା ଦେବ ସ୍ପେସ୍‌କ୍ରାଫ୍ଟ..

ପୃଥିବୀ ବଞ୍ଚାଇବାକୁ NASA(National Aeronautics and Space Administration) ମହା ମିଶନ ଆରମ୍ଭ କରିଛି। ଭବିଷ୍ୟତରେ ମହାକାଶରୁ ଆସୁଥିବା ବିପଦକୁ ମହାକାଶରେ ହିଁ ଧ୍ୱଂସ କରିଦେବା ଲାଗି ନାସା ପକ୍ଷରୁ ଯୋଜନା କରାଯାଇଛି। ଏଥିପାଇଁ ନାସାର ଡବଲ୍‌ ଏଷ୍ଟ୍ରୋଏଡ୍ ରେଡିଏସନ୍ ଟେଷ୍ଟ ବା DART ମିଶନ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଡିମୋର୍ଫୋସ୍‌ ସ୍ପେସ୍‌କ୍ରାଫ୍ଟ। ନାସା ଆଜି ଏହାର ପରୀକ୍ଷଣ କରିବାକୁ ଯାଉଛି।

କାର୍‌ ଆକାରର ଏହି ସ୍ପେସ୍‌କ୍ରାଫ୍ଟଟି ଭାରତୀୟ ସମୟ ଆସନ୍ତାକାଲି ଭୋର୍‌ ୩ଟା ୧୫ରେ ମହାକାଶରେ ହିଁ ଗ୍ରହାଣୁକୁ ଧ୍ୱଂସ କରିଦେବ। ୬୬୦ କେଜି ଓଜନର ଏହି ସ୍ପେସ୍‌କ୍ରାଫ୍ଟ ୨୨ ହଜାର କିଲୋମିଟର ପ୍ରତି ଘଣ୍ଟା ବେଗରେ ଗ୍ରହାଣୁକୁ ଧକ୍କା ଦେବ।  ଏଷ୍ଟ୍ରୋଏଡ୍ ରେଡିଏସନ୍ ଟେଷ୍ଟ ଯୋଗୁ ଗ୍ରହାଣୁ ସହ ଧକ୍କା ଅତି ଭୀଷଣ ହେବ ବୋଲି ଅନୁମାନ କରାଯାଉଛି।

ତେବେ ଆଜି ପରୀକ୍ଷଣ ପାଇଁ ଧ୍ୱଂସ କରାଯାଉଥିବା ଗ୍ରହାଣୁ ବହୁ ଦୂରରେ ଥିବାରୁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ। ଡିମୋର୍ଫୋସ୍‌ ସ୍ପେସ୍‌କ୍ରାଫ୍ଟକୁ  ୨୦୨୧ ମସିହା ନଭେମ୍ବରରେ ଲଞ୍ଚ କରାଯାଇଥିଲା। ଆଜିର ଏହି ପରୀକ୍ଷଣ ସଫଳ ହେଲେ ଆଗାମୀ ଦିନରେ ଗ୍ରହାଣୁ, ଧୂମକେତୁ ଓ ଉଲ୍‌କାପିଣ୍ଡର ଭୟ ଆଉ ରହିବ ନାହିଁ। ମହାକାଶରେ ହିଁ ଏସବୁକୁ ଜବାବ ଦେଇ ପାରିବ ଏହି କାଳଜୟୀ ଆବିଷ୍କାର। 




Edited by k.s thakur..

Post a Comment

Previous Post Next Post