ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର..

ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର..

ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ ଦର । ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର । ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୩.୯୬ ଡଲାରରେ ପହଞ୍ଚିଥିବାବେଳେ ଆଗାମୀ ଦିନରେ ମୂଲ୍ୟରେ ଆହୁରି ହ୍ରାସ ପାଇବ । ଏନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ତେଲ କମ୍ପାମନୀଗୁଡିକ ଦିଲ୍ଲୀ ଏବଂ ମୁମ୍ବାଇ ପରି ଦେଶରର ୪ ଟି ମେଟ୍ରୋରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରି ନଥିବା ବେଳେ ଅନ୍ୟ କିଛି ସହରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ସହରରେ କେତେ ଅଛି ତୈଳ ଦର ।

ୟୁପିର ଗୌତମ ବୁଦ୍ଧ ନଗର (ନୋଏଡା-ଗ୍ରେଟର ନୋଏଡା) ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ୧୧ ପଇସା ହ୍ରାସ ପାଇଥିବା ବେଳେ ଗାଜିଆବାଦରେ ପେଟ୍ରୋଲ ଲିଟର ପିଛା ୩୨ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସାକୁ ଖସି ଆସିଛି। ତେବେ ଗତ ୨୪ ଘଣ୍ଟାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୩.୯୬ ଡଲାର ରହିଥଇବାବେଳେ ଏହାର ମୂଲ୍ୟ ଲିଟର ପିଛା ୮୭.୭୩ ଡଲାର ରହିଛି ।







Courtesy : the prabhat prahari...

Edited by k.s thakur...

Post a Comment

Previous Post Next Post