ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କ ବଡ ସୂଚନା । ବିଦ୍ୟୁତ ଚାଳିତ ଯାନ ପାଇଁ ହେବ ସ୍ୱତନ୍ତ୍ର ରାଜପଥ...
ଦେଶରେ ବଢୁଥିବା ପେଟ୍ରୋଲ ଡିଜେଲର ଦାମକୁ ନଜରରେ ରଖି ଲୋକମାନଙ୍କ ମଧ୍ୟରେ ବିଦ୍ୟୁତ ଚାଳିତ ଯାନ ପ୍ରତି ଆଗ୍ରହ ବୃଦ୍ଧି ପାଉଛି । ଏନେଇ ସରକାର ବି ଲୋକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଏହାରି ମଧ୍ୟରେ ସଡକ ଓ ପରିବହନମନ୍ତ୍ରୀ ଏକ ବଡ ସୂଚନା ଦେଇଛନ୍ତି । ଗଡକରୀଙ୍କ ସୂଚନା ମୁତାବକ ଦେଶରେ ବଦ୍ୟୁତ ଚାଳିତ ଯାନଗୁଡିକ ପାଇଁ ସ୍ୱତନ୍ତ୍ର ରାଜମାର୍ଗ ନିର୍ମାଣ କରିବାକୁ ଯୋଜନା ଚାଲିଛି ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଡକରୀ କହିଛନ୍ତି କି, ସରକାର ସର୍ବଦା ବିଦ୍ୟୁତ୍ ଚାଳିତ ଯାନ ପାଇଁ ସ୍ୱତନ୍ତ୍ର ରାଜମାର୍ଗ ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାଦ୍ୱାରା କେବଳ ପ୍ରାକୃତିକ ସଂପଦର ସଂଚୟ ହେବନାହିଁ, ବରଂ ଏହା ପ୍ରଦୁର୍ଷଣ ରୋକିବାରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।
ନୀତିନ ଗଡକରୀ କହିଛନ୍ତି କି ଏହି ରାଜମାର୍ଗରେ ବିଦ୍ୟୁତ୍ ଚାଳିତ ଯାନ ଚଳାଇବା ବହୁତ ସହଜ ହେବ । ଏହି ରାଜମାର୍ଗରେ ସ୍ଥାନେ ସ୍ଥାନେ ଗାଡିଗୁଡିକ ଚାର୍ଜ କରିବା ପାଇଁ ଚାର୍ଜିଂ ପଏଣ୍ଟ ରହିବ । ଏହାସହ ଏହି ରାଜମାର୍ଗ ଉପରେ ଓଭରହେଡ ବିଦ୍ୟୁତ ଯୋଗାଣର ବି ବ୍ୟବସ୍ଥା କରାଯିବ । ଏହା ଫଳରେ ଏହି ରାସ୍ତାରେ ଚଳାଚଳ କରୁଥିବା ବିଦ୍ୟୁତ ଗାଡିଗୁଡିକ ଯେଭଳି କୌଣସି ପରିସ୍ଥିତିରେ ଚାର୍ଜିଂ ପାଇଁ ଅସୁବିଧାରେ ନପଡନ୍ତି ।
Courtesy : kanak news...
Edited by k.s thakur...

