ଭୁବନେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ଼ିଭାଇଡ଼ର ପିଟି ହୋଇ ୩୦ ଫୁଟ୍ ଡେଇଁ ପାଚେରୀ ଭାଙ୍ଗି ଏୟାର୍‌ପୋର୍ଟ ପରିସରକୁ ପଶିଲା କାର୍...

ଭୁବନେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ଼ିଭାଇଡ଼ର ପିଟି ହୋଇ ୩୦ ଫୁଟ୍ ଡେଇଁ ପାଚେରୀ ଭାଙ୍ଗି ଏୟାର୍‌ପୋର୍ଟ ପରିସରକୁ ପଶିଲା କାର୍...

ଓଃ କି ଦୁର୍ଘଟଣା ! ଦେଖିଲେ ସୁଦ୍ଧା ବିଶ୍ବାସ ହେଉନି। ଆକ୍ସନ୍ ଫିଲ୍ମର ସଟ୍ ଭଳି ଲାଗୁଛି। ଭୁବନେଶ୍ବର ଏୟାରପୋର୍ଟ୍ ପରିସରରେ ଘଟିଛି ଏଭଳି ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଘଟଣା। ସିକ୍ୟୁରିଟି କେବିନ ନଂ୧ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଦୃତ ଗତିରେ କାର୍ ଆସି ବିଳମ୍ବିତ ରାତିରେ ଡ଼ିଭାଇଡ଼ର ପିଟି ୩୦ ଫୁଟ୍ ଡେଇଁ ପାଚେରୀ ଭାଙ୍ଗି ଏୟାର୍‌ପୋର୍ଟ ପରିସରକୁ ପଶି ଯାଇଥିବା ସୂଚନା ମିଳିଛି।

ଗାଡି ନମ୍ବର ହେଉଛି OD 02 BJ 0506। ସୂଚନା ଅନୁସାରେ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। କାରରେ ଥିଲେ ୪ ଜଣ। ସେମାନଙ୍କୁ ଆହତ ଅବସ୍ଥାରେ ମେଡିକାଲ୍ ରେ ଭର୍ତି କରାଯାଇଥିବା ଜଣାପଡିଛି। ହେଲେ ଦୁର୍ଘଟଣାର ସ୍ଥିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।






Courtesy : k news...

Edited by k.s thakur...

Post a Comment

Previous Post Next Post