ଡବଲ ଇଂଜିନ ସରକାରର ଦୋହରା ନୀତି ; ପୁଞ୍ଜିପତିଙ୍କ କୋଟି କୋଟି ଟଙ୍କା ଋଣ ଛାଡ଼, ଚାଷୀ ଙ୍କୁ ଋଣ ଛାଡ଼ ମନା...

ଡବଲ ଇଂଜିନ ସରକାରର ଦୋହରା ନୀତି ; ପୁଞ୍ଜିପତିଙ୍କ କୋଟି କୋଟି ଟଙ୍କା ଋଣ ଛାଡ଼, ଚାଷୀ ଙ୍କୁ ଋଣ ଛାଡ଼ ମନା...


ବରଗଡ଼,୦୨/୦୯(ବିଜୟ ସାହୁ) : ଚାଷୀଙ୍କ ଋଣ ଛାଡ଼ ଓଡିଶା ସରକାର ଙ୍କ ଏଜେଣ୍ଡା ରେ ନାହିଁ ବୋଲି କହିଛନ୍ତି କୃଷି ମନ୍ତ୍ରୀ କେଭି ସିଂ ଦେଓ ହେଲେ ଅନ୍ୟପଟେ ଦେଶର ୪୩ ଟି କମ୍ପାନୀ ର ପୁଞ୍ଜିପତି ମାନଙ୍କ ୩ ଲକ୍ଷ ୪୪ହଜାର କୋଟି ଛାଡ଼ ହୋଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି।

           Ad..


ବରଗଡ଼ ପାର୍ଟି କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ସୂଚନା ଦେଇ ଆପ୍ ରାଜ୍ୟ ସମ୍ପାଦକ ଭବାନୀ ସାହୁ କହିଛନ୍ତି ଯେ ଓଡିଶା ରେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଜିଲ୍ଲା ରେ ଫସଲ କ୍ଷତି ହେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। 

ସେଥିପାଇଁ ଚାଷୀଙ୍କ ଋଣ ଛାଡ଼ କରା ଯାଉ ବୋଲି ଚାଷୀ ମାନେ ଦାବୀ କରୁଥିବା ବେଳେ ଋଣ ଛାଡ଼ ସରକାର ଙ୍କ ଏଜେଣ୍ଡା ରେ ନାହିଁ ବୋଲି କୃଷି ମନ୍ତ୍ରୀ କହିବା ହାସ୍ୟାସ୍ପଦ ବୋଲି ଶ୍ରୀ ସାହୁ କହିଛନ୍ତି। 

ଅନ୍ୟପଟେ ପୁଞ୍ଜିପତି ସୁଭାଷ ଚନ୍ଦ୍ରା ଙ୍କ ୨୨ହଜାର କୋଟି ଋଣ କୁ ମାତ୍ର ୬. ୫ କୋଟି ରେ ସମାଧାନ କରିଦେଇଥିବା ବିଡମ୍ବନା ର ବିଷୟ ବୋଲି କହିଛନ୍ତି। 

ଅନ୍ୟପଟେ ଚାଷୀ, ଛାତ୍ର, ଶ୍ରମିକ, ସାଧାରଣ ଲୋକଙ୍କ ଉପରେ ଥିବା କୃଷି, ଶିକ୍ଷା, ହାଉସିଂ ଲୋନ କୁ ବ୍ୟାଙ୍କ ଗୁଡିକ କଡା କଡ଼ି ଭାବେ ଆଦାୟ କରୁଥିବା ବେଳେ ଏହି ପୁଞ୍ଜିପତି ମାନଙ୍କୁ ଏତେ ଅନୁକମ୍ପା କାହିଁକି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସମ୍ପାଦକ ସ୍ୱରୂପ ଭୋଇ ମଧ୍ୟ୍ୟ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post