ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...


କଟକ,୦୪/୦୯(ନି.ପ୍ର): କଟକରେ ଆଗାମୀ ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂଜା ମଣ୍ଡପ ଓ ବିସର୍ଜନ ଶୋଭାଯାତ୍ରା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଗାଇଡଲାଇନ୍ ଜାରି କରାଯାଇଛି।

                Ad..


ବୈଠକରେ ଗଣେଶ ଭସାଣି ପାଇଁ ସେପ୍ଟେମ୍ବର ୨୦, ୨୭ ଏବଂ ଅକ୍ଟୋବର ୪ ତାରିଖ ନିର୍ଦ୍ଧାରିତ କରାଯାଇଛି। ବିସର୍ଜନ ଶୋଭାଯାତ୍ରା ସମୟରେ ପ୍ରତ୍ୟେକ ପୂଜା କମିଟିକୁ ସର୍ବାଧିକ ୬ଟି ସାଉଣ୍ଡ ବକ୍ସ ଓ ୪ଟି ଟ୍ରଲି ବ୍ୟବହାର କରିବାକୁ ଅନୁମତି ଦିଆଯିବ।

ବିସର୍ଜନ ସମୟରେ ଲେଜର ଲାଇଟ୍‌ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସାଉଣ୍ଡ ବକ୍ସ ଏବଂ ଟ୍ରଲି ସମ୍ବନ୍ଧୀୟ ନିୟମ ନ ମାନିଲେ ସମ୍ପୃକ୍ତ କମିଟି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି।

ଏଥି ସହିତ ଦରଘା ବଜାର ପୂଜା ମଣ୍ଡପରୁ ସିଟି ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତାକୁ ‘ସାଇଲେଣ୍ଟ ଜୋନ୍’ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ବିସର୍ଜନ ସମୟରେ କୌଣସି ପ୍ରକାର ମ୍ୟୁଜିକ୍‌ ବା ଶବ୍ଦ ବଜାଇବାକୁ ବାରଣ କରାଯାଇଛି।

ସେହିପରି ଗଣେଶ ପୂଜା ପାଇଁ କୌଣସି ସ୍ଥାନରେ ଜୋର-ଜବରଦସ୍ତ ଚାନ୍ଦା ଆଦାୟ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post