ରାଜ୍ୟର ବିକାଶମୂଳକ କାର୍ଯ୍ୟ ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ଯାଞ୍ଚ ପାଇଁ ଏବେ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ IAS ଅଧିକାରୀ...

ରାଜ୍ୟର ବିକାଶମୂଳକ କାର୍ଯ୍ୟ ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ଯାଞ୍ଚ ପାଇଁ ଏବେ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ IAS ଅଧିକାରୀ...


ଭୁବନେଶ୍ୱର,୦୨/୦୯(ନିପ୍ର): ରାଜ୍ୟର ବିକାଶମୂଳକ କାର୍ଯ୍ୟ ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ଯାଞ୍ଚ ପାଇଁ ଏବେ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ IAS ଅଧିକାରୀ। 

        Ad..


ଏନେଇ ଉନ୍ନୟନ କମିଶନର ଦେଓରଞ୍ଜନ ସିଂହ ସମସ୍ତ ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।ଚିଠି ଅନୁଯାୟୀ; ରାଜ୍ୟର ୩୦ଟି ଜିଲ୍ଲା ପାଇଁ ୩୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅକ୍ଟୋବର ମାସ ଯାଏଁ ସେମାନଙ୍କୁ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲା ଗସ୍ତ କରିବାକୁ କୁହାଯାଇଛି। 

ଅଧିକାରୀମାନେ ୨ରୁ ୩ ଦିନିଆ ଗସ୍ତ କରିବେ ଏବଂ ଅନ୍ତତଃ ଗୋଟିଏ ରାତି ଜିଲ୍ଲା କିମ୍ବା ଉପଖଣ୍ଡ ମୁଖ୍ୟାଳୟରେ ରହିବେ। ରାଜ୍ୟ ସରକାରୀ ଏବଂ କେନ୍ଦ୍ର ପ୍ରାୟୋଜିତ ସମସ୍ତ ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରାଯିବ।

ଜିଲ୍ଲା ମୁଖ୍ୟ ହସ୍ପିଟାଲ,  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀ ସେବାର ସ୍ଥିତି ସମୀକ୍ଷା କରିବେ।ଏଥି ସହିତ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଅଚାନକ ଗସ୍ତ କରି ସେଠାକାର ପ୍ରକୃତ ସ୍ଥିତି ପରଖିବେ। ସଚିବମାନେ ସିଧାସଳଖ ଗ୍ରାମପଞ୍ଚାୟତଗୁଡ଼ିକୁ ଯାଇ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବେ।



Edited by k.s thakur...

Post a Comment

Previous Post Next Post