ପଦ୍ମାକର ଏସ୍. ରଣପିସେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ର ସ୍ପେଶାଲ ଡିଜି ଭାବେ ନିଯୁକ୍ତ...

ପଦ୍ମାକର ଏସ୍. ରଣପିସେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ର ସ୍ପେଶାଲ ଡିଜି ଭାବେ ନିଯୁକ୍ତ...


ଭୁବନେଶ୍ୱର,୦୪/୦୯(ନି.ପ୍ର): ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ପଦ୍ମାକର ଏସ୍. ରଣପିସେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ର ସ୍ପେଶାଲ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ CISFର ଏଡିଜି ଦାୟିତ୍ୱରେ କାର୍ଯ୍ୟରତ ଥିଲେ।

       Ad..


କ୍ୟାବିନେଟର ନିଯୁକ୍ତି କମିଟି (ACC) ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଏହି ନିଯୁକ୍ତି ଦିଆଯାଇଛି।ଏସ ରଣପିସେ ହେଉଛନ୍ତି ୧୯୯୫ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଫିସର। 

ସେ ଆସନ୍ତା ୩୧ ମେ’ ୨୦୨୮ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟରତ ରହିବେ। ଏହି ପଦବୀକୁ ଅସ୍ଥାୟୀ ଭାବେ ଅପଗ୍ରେଡ୍ କରାଯାଇ ପେ-ମାଟ୍ରିକ୍ସର ଲେଭଲ-୧୬ ରେ ସ୍ୱତନ୍ତ୍ର ଡିଜି ଭାବେ ସ୍ୱୀକୃତି ଦିଆଯାଇଛି।ଏହି ପଦୋନ୍ନତି ପୂର୍ବରୁ ସେ ସି.ଆଇ.ଏସ୍.ଏଫ୍.ରେ ଅତିରିକ୍ତ ମହାନିର୍ଦ୍ଦେଶକ (ADG) ଭାବରେ କାର୍ଯ୍ୟରତ ଥିଲେ।



Edited by k.s thakur...

Post a Comment

Previous Post Next Post