ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବେଚର ମାସିକ ସାଧାରଣ ବୈଠକ ଅନୁଷ୍ଠିତ...
ବରଗଡ଼,୦୧/୦୯(ବିଜୟ ସାହୁ): ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବେଚର ମାସିକ ବୈଠକ ନିର୍ମଳ କିଶୋର କରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଅଛି।
Ad..
ସତ୍ୟନାରାୟଣ ପଣ୍ଡାଙ୍କ ସଂଯୋଜନାରେ ଆହୂତ ଏହି ବୈଠକରେ ସୁଦ୍ଧ ସାକାହାରୀ ଭୋଜନ କରିବାକୁ ସମସ୍ତେ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ୧୫ ସେପ୍ଟେମ୍ବର ମଙ୍ଗଳବାର ଦିନ ପାଳିତ ହେବାକୁ ଥିବା ଗଣପର୍ବ ନବାନ୍ନ ଭକ୍ଷଣ ପରେ ପରବର୍ତ୍ତୀ ରବିବାର ସେପ୍ଟେମ୍ବର ୨୦ ତାରିଖ ଦିନ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ସ୍ଥାନରେ ସପରିବାର ନୂଆଖାଇ ଭେଟଘାଟ ପାଳିତ ହେବ।
ଉକ୍ତ କାର୍ଯ୍ୟକ୍ରମରେ ସମସ୍ତେ ସପରିବାର ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିଲେ। ଏହି ବୈଠକରେ ଅଗଷ୍ଟ ମାସରେ ଜନ୍ମଗ୍ରହଣ କରିଥିବା ବନ୍ଧୁ ଶତୃଘ୍ନ ଦାଶ, ଅଜୟ ବାରିକ, ସ୍ବାଧୀନ ମହାରଣା, କୁନୁ ବଢ଼େଇ, ପଦ୍ମଲୋଚନ ବାଗ, ଲକ୍ଷ୍ମୀନାରାୟଣ ପଣ୍ଡା, ପ୍ରମୋଦ ମିଶ୍ର ଓ ତୁଳସୀ ଚରଣ ଦାଶଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୋପାଳ ଚନ୍ଦ୍ର ଦାଶ, ଦେବୀ ପଟ୍ଟନାୟକ, ପୃଥ୍ୱୀରାଜ ନାଏକ, ରାଜେନ୍ଦ୍ର ଲାଠ, ବନୱାରିଲାଲ୍ କଟାରୁକା, ଗଣେଶ ରେଖାନୀ, ଅଶୋକ ପ୍ରଧାନ, କହ୍ନୈୟାଲାଲ ଗୁପ୍ତା, ସୁରେଶ ଦାଶ, ବାସୁଦେବ ପ୍ରଧାନ, ସୁନୀଲ ଦାଶ, ପ୍ରମୋଦ ପୂଜାରୀ, ଅଶୋକ ଅଗ୍ରୱାଲ, ଲଳିତ ବିଶି, ଅଶୋକ କୁଅଁର, ପ୍ରସନ୍ନ ସାମଲ ଓ ଆହୁରି ଅନେକ ବନ୍ଧୁ ଯୋଗଦେଇଥିଲେ।
Edited by k.s thakur...
Tags:
Bargarh


