ଏମ୍କେସିଜି ମେଡିକାଲ କଲେଜ୍ ପରିସରରେ ଥିବା ନର୍ସିଂ ମହାବିଦ୍ୟାଳୟର ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ...
ବ୍ରହ୍ମପୁର,୦୫/୦୯(ନି.ପ୍ର): ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ କଲେଜ୍ ପରିସରରେ ଥିବା ନର୍ସିଂ ମହାବିଦ୍ୟାଳୟର ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି।
Ad..
ଗ୍ରାଉଣ୍ଡ ଫ୍ଲୋରରେ ଥିବା ରୋଷେଇ ଘରର ଗ୍ୟାସ ପାଇପରୁ ଗ୍ୟାସ ଲିକ୍ ହେବା ଯୋଗୁଁ ଏହି ନିଆଁ ଲାଗିଥିଲା।ଉପସ୍ଥିତ ଥିବା ଛାତ୍ରମାନେ ଗ୍ୟାସ ଗନ୍ଧ ବାରି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
Ad..
ଖବର ପାଇ ବିଶେଷ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି କିମ୍ବା କେହି ଆହାତ ହୋଇନଥିବା ଜଣାପଡ଼ିଛି।
Edited by k.s thakur...
Tags:
brahmapur



