ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ; ବାର୍ଷିକ ବିବରଣୀ ପାଠ କଲେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ...

ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ; ବାର୍ଷିକ ବିବରଣୀ ପାଠ କଲେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ...


ବଲାଙ୍ଗୀର,୦୪/୦୯(ନି.ପ୍ର) : ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କର ଏକ ବାର୍ଷିକ ସମ୍ମିଳନୀ ପିଏମ ଶ୍ରୀ ପି.ଆର ହାଇସ୍କୁଲ ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। 

       Ad..


ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଉପସଭାପତି ତଥା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ଅବସରପ୍ରାପ୍ତ ଆଇପିଇ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଏବଂ ପ୍ରଧାନଶିକ୍ଷକ ସନ୍ତୋଷିନୀ ସେଠି ପ୍ରମୁଖ ମଞ୍ଚାସୀନ ଥିଲେ। 

ଏହି ସଭାକୁ ବରିଷ୍ଠ କ୍ରୀଡ଼ା ଶିକ୍ଷକ ହେମନ୍ତ ପ୍ରଧାନ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବୈଠକର ପ୍ରାରମ୍ଭରେ ସ୍ୱର୍ଗତଃ ତିନି ଜଣ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। 

ଏହି ଅବସରରେ ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ୧୫ଜଣ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ସମାବେଶରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। 

ଏହାସହ ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବା ପାଇଁ ସର୍ବସମ୍ମତି କ୍ରମେ ସ୍ଥାନ ଓ ତାରିଖ ସ୍ଥିରୀକୃତ ହୋଇଥିଲା। ଜିଲ୍ଲାର ୧୪ଟି ବ୍ଲକର ସମସ୍ତ ବିଦ୍ୟାଳୟରୁ ପିଇଟି ଏବଂ ପିଆଇ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ।



Edited by k.s thakur...

Post a Comment

Previous Post Next Post