ଦ୍ୱିତୀୟ ଜାତୀୟ ‘ଗରିମା କନକ୍ଲେଭ୍ ୨୦୨୬’ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ଭୁବନେଶ୍ୱର,୨୩/୦୮(ନି.ପ୍ର): ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ‘ଗରିମା କନକ୍ଲେଭ୍ ୨୦୨୬’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ଏହି ଅବସରରେ ସେ ‘ଗରିମା ପ୍ରଦର୍ଶନୀ’ର ଉଦ୍ଘାଟନ କରିଛନ୍ତି।
Ad..
ସ୍ୱଚ୍ଛତା କାର୍ଯ୍ୟରେ ମୃତ୍ୟୁ ରୋକିବା ସହ ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ ମାନବିକ ମର୍ଯ୍ୟାଦା ସୁନିଶ୍ଚିତ କରିବା ଉପରେ ଏହି ଜାତୀୟ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଛି। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ‘ମିଶନ ଜିରୋ’କୁ ମଧ୍ୟ ଏହି ଅବସରରେ ପ୍ରାଥମିକତା ଦିଆଯାଇଛି।
କର୍ମଶାଳାରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱଚ୍ଛ ଭାରତର ପ୍ରକୃତ ଅର୍ଥ କେବଳ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ନୁହେଁ, ବରଂ ସଫେଇ କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ ଓ ମର୍ଯ୍ୟାଦା ଦେବା। ସଫେଇ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଦେଶକୁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବାରେ ଯେଉଁ ଅବଦାନ ଦେଉଛନ୍ତି, ତାହାକୁ ସେ ପ୍ରଶଂସା କରିଥିଲେ।
ସ୍ୱଚ୍ଛତା କାର୍ଯ୍ୟରେ ଶୂନ ମୃତାହତ ସୁନିଶ୍ଚିତ କରିବା ଏବଂ କର୍ମଚାରୀଙ୍କ ଜୀବନ, ସୁରକ୍ଷା, ସମ୍ମାନ ଓ ମାନବିକ ମର୍ଯ୍ୟାଦାର ସୁରକ୍ଷା କରିବା ହେଉଛି ‘ଗରିମା’ର ପ୍ରମୁଖ ଲକ୍ଷ୍ୟ। ଏଥିପାଇଁ ସମସ୍ତ ହିତଧାରୀଙ୍କ ମଧ୍ୟରେ ସମନ୍ୱୟ, ଅଭିଜ୍ଞତା ବିନିମୟ ଓ ମିଳିତ ପଦକ୍ଷେପ ଉପରେ କର୍ମଶାଳାରେ ଆଲୋଚନା କରାଯାଇଛି।
Edited by k.s thakur...


