ପାରାଦୀପ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିବା ଏକ ବିଦେଶୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ...

ପାରାଦୀପ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିବା ଏକ ବିଦେଶୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ...


ପାରାଦୀପ,୨୩/୦୮(ନି.ପ୍ର): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ ଯାତ୍ରା ଆରମ୍ଭ କରିଥିବା ଏକ ବିଦେଶୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ଜାହାଜଟି ପାରାଦୀପଠାରୁ ପ୍ରାୟ ୨୨୦ ନଟିକାଲ ମାଇଲ୍ ଦୂରରେ ପୋର୍ଟ ବ୍ଲେୟାର ସୀମା ନିକଟରେ ନିଖୋଜ ହୋଇଥିବା ସୂଚନା ମିଳିଛି।

                Ad..


ସୂଚନା ଅନୁଯାୟୀ, ଲୁହାପଥର ବୋଝେଇ କରି ଜାହାଜଟି ପାରାଦୀପରୁ ବାହାରିଥିଲା। ତେବେ ଗତକାଲି ରାତିରୁ ଜାହାଜ ସହ ଯୋଗାଯୋଗ ହୋଇପାରୁନଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି।ଜାହାଜରେ ମୋଟ ୨୪ ଜଣ କ୍ରିଉ ମେମ୍ବର ଥିବା ଜଣାପଡ଼ିଛି। 

ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ ନାଗରିକ, ୨ ଜଣ ମିଆଁମାର ନାଗରିକ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିବା ସୂଚନା ମିଳିଛି। ଅନ୍ୟ ଜଣେ କ୍ରିଉ ମେମ୍ବରଙ୍କ ନାଗରିକତା ସମ୍ପର୍କରେ ତତ୍କାଳ ସ୍ପଷ୍ଟ ସୂଚନା ମିଳିନାହିଁ।

ଜାହାଜଟି କେଉଁ ପରିସ୍ଥିତିରେ ନିଖୋଜ ହେଲା ଏବଂ ଏଥିରେ ଥିବା ସମସ୍ତ କ୍ରିଉ ମେମ୍ବରଙ୍କ ସୁରକ୍ଷା ସ୍ଥିତି କ’ଣ, ତାହା ଜାଣିବା ପାଇଁ ଅନୁସନ୍ଧାନ ଓ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଜାହାଜ ସହ ଯୋଗାଯୋଗ ପୁନଃସ୍ଥାପନ ଏବଂ ଏହାର ଅବସ୍ଥିତି ଠାବ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି।



Edited by k.s thakur...

Post a Comment

Previous Post Next Post