ମନୋନା ଧାମର ମହନ୍ତ ଶ୍ରୀ ଓମେନ୍ଦ୍ରଙ୍କ କଣ୍ଟାବାଞ୍ଜି ଗସ୍ତ ; ଆଶୀର୍ବାଦ ନେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ...
କଣ୍ଟାବାଞ୍ଜି,୧୬/୦୭(ଆଶିଷ ଅଗ୍ରୱାଲ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦୁଇ ଦିନିଆ ପବିତ୍ର ଜଳ ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ଭକ୍ତଙ୍କ ମଧ୍ୟରେ ଭାରି ଉତ୍ସାହ।
Ad..
ଉତ୍ତର ପ୍ରଦେଶର ବରେଲୀ ସ୍ଥିତ ମନୋନା ଧାମର ମହନ୍ତ ଶ୍ରୀ ଓମେନ୍ଦ୍ର ଚୌହାନଙ୍କୁ ଦେଖିବା ଓ ଆଶୀର୍ବାଦ ନେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
କଣ୍ଟାବାଞ୍ଜିର ଶ୍ରୀ ଶ୍ୟାମଜୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ମନୋନ ଧାମର ପବିତ୍ର ଜଳ ବଣ୍ଟନ କାର୍ଯ୍ୟକ୍ରମରେ ମନୋନା ଧାମର ମହନ୍ତ ଶ୍ରୀ ଓମେନ୍ଦ୍ର ଚୌହାନ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କୁ ପବିତ୍ର ଜଳ ବଣ୍ଟନ କରିଥିଲେ।
ଭଗବାନ ଶ୍ରୀ ଶ୍ୟାମ ବାବାଙ୍କ ପ୍ରତି ଅଗାଧ ଭକ୍ତି ଓ ଆସ୍ଥା ସହ ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ।ମନୋନା ଧାମର ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ରୋଗରେ ଉପକାର ମିଳିଥିବା ସମ୍ପର୍କିତ ଅନେକ ଦାବି ପ୍ରଚାର କରାଯାଇଛି।
ଏହି ଦାବି ଗୁଡ଼ିକ ମଧ୍ୟରେ କ୍ୟାନ୍ସର, ପାରାଲିସିସ୍, କିଡନୀ ରୋଗ, ହୃଦୟ ସମସ୍ୟା ଓ ଅନ୍ୟାନ୍ୟ ଜଟିଳ ରୋଗରେ ଲାଭ ମିଳିଥିବା କଥା ଉଲ୍ଲେଖ ରହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତମାନେ କଣ୍ଟାବାଞ୍ଜିରେ ପହଞ୍ଚିଥିଲେ।
ଶୃଙ୍ଖଳିତ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଭକ୍ତମାନେ ଆଧ୍ୟାତ୍ମିକ ପରିବେଶରେ ଆଶୀର୍ବାଦ ଗ୍ରହଣ କରି ନିଜର ସୁସ୍ଥତା ଓ ମଙ୍ଗଳ କାମନା କରିଥିଲେ।
କାର୍ଯ୍ୟକ୍ରମ କୁ ସଫଳ କରିବା ରେ ଶ୍ୟାମ ମନ୍ଦିର କମିଟି ଅଧ୍ୟକ୍ଷ ଦୀପକ ଅଗ୍ରୱାଲ, ସମ୍ପାଦକ କୈଳାସ ଅଗ୍ରୱାଲ ସହ ଶ୍ୟାମ ଯୁବ ମଣ୍ଡଳୀର ଯୁବକ ମାନେ ସହଯୋଗ କରିଥିବା ବେଳେ ଶ୍ରୀ ମହନ୍ତଙ୍କ ସହ ତାଙ୍କର ମିଡିଆ ପ୍ରଭାରୀ ଶ୍ୟାମେନ୍ଦ୍ର ଚୌହାନ, ବେଦପାଳ ସିଂ, ସେବକ ଧୀରେନ୍ଦ୍ର ଚୌହାନ, ଅଜୟ ଚୌହାନ, ଅଜିତ ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Edited by k.s thakur...


