ତୋଫାନ ହତ୍ୟାକାଣ୍ଡ : ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୬ ଅପରାଧୀଙ୍କ ଘର ମାଟିରେ ମିଶିଲା...
ରାଉରକେଲା,୧୦/୦୭(ନି.ପ୍ର) : ତୋଫାନ ବିନ୍ଧାଣି ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଅଭିଯୁକ୍ତ ଚିନୁ ହରିପ୍ପା, ଉମାକାନ୍ତ ହରିପ୍ପା, ତିଲକ ନାଏକ, ହରିଶଙ୍କର ନାଏକ, ସୁଶାନ୍ତ ନାଏକ ଓ ରୋହିତ ହରିପ୍ପାଙ୍କ ଜବରଦଖଲ ଜମିରେ ଥିବା ଘର କୋର୍ଟ ନିର୍ଦ୍ଦେଶ କ୍ରମେ ଭଙ୍ଗାଯାଇଛି।
Ad..
ଏହି ୬ ଜଣଙ୍କ ମଧ୍ୟରୁ ଚିନୁ, ଉମାକାନ୍ତ, ସୁଶାନ୍ତ ଓ ରୋହିତଙ୍କୁ ପୁଲିସ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ସେମାନେ ଏବେ ଜେଲ୍ରେ। ତିଲକ ଓରଫ୍ କାଳିଆ ଓ ହରିଶଙ୍କର ଓରଫ୍ ଛୋଟୁ ଫେରାର ହୋଇ ଯାଇଛନ୍ତି।
ଏହି ଦୁଇ ଭାଇଙ୍କ ସହ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ନାଗ ଓରଫ୍ ସାହିଦ୍ ମଧ୍ୟ ସହର ଛାଡ଼ି ପଳାଇଛି। ଏମାନଙ୍କ ସହ ଆଉ ୧୦ରୁ ଅଧିକ ହତ୍ୟା ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ରାଉରକେଲା ପୁଲିସ କହିଛି।
Edited by k.s thakur...
Tags:
rourkela


