ଜଳବନ୍ଦୀ ପରିବାରଙ୍କୁ ଉଦ୍ଧାର କରି ପ୍ରଶଂସାର ପାତ୍ର ସାଜିଛନ୍ତି ସରପଞ୍ଚ ବନମାଳୀ ନାଏକ...
କଣ୍ଟାବାଞ୍ଜି,୩୧/୦୭(ନି.ପ୍ର) : ବଲାଙ୍ଗିର ଜିଲ୍ଲାର ଧୁମାଭଟା ପଞ୍ଚାୟତରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇପଡ଼ିଥିଲେ ଏକ ଗାଁର ୫ଟି ପରିବାର। ବର୍ଷା ପାଣି ଘର ଭିତରକୁ ପଶିଯିବାରୁ ସେମାନେ ବାହାରକୁ ଆସିପାରୁନଥିଲେ।
Ad..
ଏହି ଖବର ପାଇବାମାତ୍ରେ ଧୁମାଭଟା ସରପଞ୍ଚ ବନମାଳୀ ନାଏକ ଅଗ୍ନିଶମ ବିଭାଗ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ଅଣ୍ଟାଏରୁ ଅଧିକ ପାଣିରେ ପଶି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।
ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ସମସ୍ତ ୫ ପରିବାରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସରପଞ୍ଚ ବନମାଳୀ ନାଏକଙ୍କ ଏହି ସାହସିକ ଓ ମାନବିକ ପଦକ୍ଷେପକୁ ନେଇ ଏବେ ସବୁଠି ପ୍ରଶଂସା ହେଉଛି। ସ୍ଥାନୀୟ ଲୋକଙ୍କ କହିବା କଥା— “ସରପଞ୍ଚ ହେବ ତ ଏମିତି”।
Edited by k.s thakur...
Tags:
kantabanji


