ବଢୁଛି ମହାନଦୀ ଜଳସ୍ତର : କଟକଣା ଜାରି କଲେ ଜିଲ୍ଲାପାଳ...
ଭୁବନେଶ୍ଵର,୨୯/୦୭(ନି.ପ୍ର) : ବଢୁଛି ମହାନଦୀ ଜଳସ୍ତର। ଉପର ଜଳଭଣ୍ଡାରରେ ପ୍ରବଳ ବର୍ଷା ଯୋଗୁଁ ମୁଣ୍ଡଳି ବ୍ୟାରେଜରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ, ଆସନ୍ତାକାଲି ରାତି ସୁଦ୍ଧା ନଦୀ ଏହାର ସର୍ବୋଚ୍ଚ ସ୍ତରକୁ ପହଞ୍ଚିପାରେ ବୋଲି ଜଣାପଡ଼ିଛି।
Ad..
ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ନିଷେଧ ଆଦେଶ ଜାରି କରାଯାଇଛି।
କଟକଣା ଅନୁଯାୟୀ ମହାନଦୀ ଓ ଶାଖା ନଦୀ ସହ ସବୁ ଘାଟରେ ଲୋକଙ୍କ ପ୍ରବେଶ ବାରଣ କରାଯାଇଛି। ବାଲିଯାତ୍ରା ତଳ ପଡ଼ିଆରେ ଜନସମାଗମ, ସଭାସମିତି ହେବ ନାହିଁ।
ବ୍ୟାରେଜ୍, ସେତୁ ଓ ଆନିକଟ ବ୍ରିଜରେ ଛିଡ଼ା ହେବା ଉପରେ ରୋକ୍ ମଧ୍ୟ ଲଗାଯାଇଛି। ଏଥି ସହିତ ତଳିଆ ଅଞ୍ଚଳ ଓ ନଦୀବନ୍ଧ ନିକଟରେ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି।ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯାଇଛି।
Edited by k.s thakur...
Tags:
Bhubaneswar


