ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ଛତିଶଗଡ଼ର ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ଗାର୍ଡ...

ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ଛତିଶଗଡ଼ର ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ଗାର୍ଡ...


ପୁରୀ,୧୩/୦୭(ନି.ପ୍ର):  ପୁରୀ ସମୁଦ୍ରରେ ସ୍ନାନ କଲାବେଳେ ଅଘଟଣ ଘଟିଛି। ବୁଡ଼ି ଯାଉଥିବା ୩ ଜଣ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଛନ୍ତି ଲାଇଫଗାର୍ଡ।ଗତକାଲି (ରବିବାର) ପୂର୍ବାହ୍‌ଣରେ ସେକ୍ଟର୯, ଚୈତନ୍ୟ ଛକ ନିକଟ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଛତିଶଗଡ଼ର ୩ ଜଣ ପର୍ଯ୍ୟଟକ ହଠାତ୍ ଗଭୀର ଜଳରେ ବୁଡ଼ିଯାଉଥିବା ଦେଖିବାକୁ ମିଳିଥିଲା। 

         Ad..


ସେଠାରେ କର୍ତ୍ତବ୍ୟରତ ଲାଇଫଗାର୍ଡ ତୁରନ୍ତ ପଦକ୍ଷେପ ନେଇଥିଲେ। ସମୁଦ୍ରକୁ ଡେଇଁ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକମାନେ ହେଲେ ଛତିଶଗଡ଼ ପାମଗଡ଼ ଅଞ୍ଚଳର ତୁଳସୀ ମାନିକପୁରୀ(୩୫), ମୁକେଶ କେୱାତ (୨୫) ଓ ବୈଭବ କେୱାତ (୧୯)। 

ଉଦ୍ଧାର କରିବା ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ସୂଚନା ମିଳିଛି। ଘଟଣା ପରେ ଲାଇଫଗାର୍ଡ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ନିର୍ଦ୍ଧାରିତ ଅଞ୍ଚଳରେ ହିଁ ସ୍ନାନ କରିବା ଏବଂ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। 

ଗତ କିଛି ଦିନ ମଧ୍ୟରେ ପୁରୀ ସମୁଦ୍ରରେ ଏଭଳି ଦୁର୍ଘଟଣା ବଢୁଛି। ଆଗକୁ ରଥଯାତ୍ରାଥିବାରୁ ବହୁ ସଂଖ୍ୟାରେ ଭକ୍ତ ଓ ପର୍ଯ୍ୟଟକ ସ୍ନାନ କରି‌ବେ। ଏଣୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରିବାକୁ ଦାବି ହେଉଛି।



Edited by k.s thakur...

Post a Comment

Previous Post Next Post