ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍‌...

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍‌...


ସମ୍ବଲପୁର,୨୦/୦୭(ନି.ପ୍ର) : ସମ୍ୱଲପୁରର ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍‌। ମୋଟ୍‌ ୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ।ଉପରମୁଣ୍ଡରେ କ୍ରମାଗତ ବର୍ଷା ଏବଂ ଜଳସ୍ତର ବୃଦ୍ଧି ପାଇବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।

        Ad..


ବାମ ପାର୍ଶ୍ୱର ୩ଟି ଏବଂ ଡାହାଣ ପାର୍ଶ୍ୱର ଗୋଟିଏ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଏହି ପଦକ୍ଷେପ ପରେ ମହାନଦୀର ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କତା ଜାରି କରାଯାଇଛି।

ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ମୋଟ ୧୦ଟି ଗେଟ ଖୋଲାଯାଇଥିଲା। ଏହା ପରେ ଜୁଲାଇ ୧୪ ତାରିଖରେ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା। ତେବେ ହୀରାକୁଦର ଜଳସ୍ତର ପୁନର୍ବାର ବୃଦ୍ଧି ପାଇଥିବାରୁ ଆଜି ପୁଣି ୪ଟି ଗେଟ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।



Edited by k.s thakur...

Post a Comment

Previous Post Next Post