କୋରାପୁଟରେ ପ୍ରଥମ, ଗୋହତ୍ୟା ଓ ମାଂସ ବିକ୍ରି ଅପରାଧରେ ଜଣେ ମହିଳାଙ୍କ ସମେତ ୨ ଗିରଫ, ୧୩ ଅଟକ...

କୋରାପୁଟରେ ପ୍ରଥମ, ଗୋହତ୍ୟା ଓ ମାଂସ ବିକ୍ରି ଅପରାଧରେ ଜଣେ ମହିଳାଙ୍କ ସମେତ ୨ ଗିରଫ, ୧୩ ଅଟକ...


କୋରାପୁଟ,୨୦/୦୭(ନି.ପ୍ର) : ଗାଈ କାଟିବା ସୂଚନା ପାଇ କୋରାପୁଟ ପୁଲିସ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ଗିରଫ କରିବା ସହ ୧୩ଜଣଙ୍କୁ ଅଟକ ରଖିଛି। ଏହି ଘଟଣା କୋରାପୁଟ ଜିଲ୍ଲାରେ ପ୍ରଥମ ବୋଲି ଆଲୋଚନା ହେଉଛି।

       Ad..


ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ସହର ଉପକଣ୍ଠ  ଚିନ୍ଦ୍ରି ନିକଟରେ ଗୋରୁ କାଟିବା ସହ ଗୋମାଂସ ବିକ୍ରି ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ସୂଚନାପାଇଁ ଚିନ୍ଦ୍ରି ଗାଁ ପାହାଡ ନିକଟରେ ଆଜି ଭୋର ପ୍ରାୟ ୪ଟା ବେଳେ ପୁଲିସ ଚଢ଼ାଉ କରିଥିଲା। 

ଛାପର ଗାଁର ମାଧବ ଭୋଇ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଥିବା ବେଳେ ରହିମ ଫେରାର ରହିଛି। ସେହିପରି ଭାବେ ପୁରୁଣା କୋରାପୁଟ ଅଞ୍ଚଳରେ ଗୋଟିଏ ଘରେ ଗୋମାଂସ କାଟିବା ବେଳେ ଚଢ଼ାଉ କରି ହାମିଦା ବିବି ନାମକ ଜଣେ ମହିଳାକୁ ଗିରଫ କରାଯାଇଥିବା ବେଳେ ହାମିଦା ଙ୍କ ପୁଅ ଅବଦୁଲ ସେଖ୍ ଫେରାର ରହିଛି। 

ଉଭୟେ ଚିନ୍ଦ୍ରି ରେଳ ଲାଇନ ନିକଟରେ ପାହାଡ ତଳେ ୨ ଗୋଟି ଦୋକାନ କରି ଗୋମାଂସ ବିକ୍ରି କରୁଥିଲେ। ଏପରି ଗୋରୁ କାଟି ମାଂସ ବିକ୍ରି କୋରାପୁଟ ରେ ପ୍ରଥମ ବୋଲି କୁହାଯାଉଛି।

ଏହି ମାମଲା ରେ ସକାଳୁ ୧୧ ଘଣ୍ଟା ମଧ୍ୟରେ ମାଂସ  କିଣିବାକୁ ଆସିଥିବା ୧୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଟାଉନ ଥାନାରେ ଏ ନେଇ କେସ ନଂ ୨୦୯ ଓ ୨୧୦ ରେ ୨ଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।



Edited by k.s thakur...

Post a Comment

Previous Post Next Post